www.samajalive.in
Monday, December 8, 2025
14.1 C
Bhubaneswar

ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ : ନଗଦ ୪୬ଲକ୍ଷ ଟଙ୍କା,ଏକାଧିକ ଘର ଓ ପ୍ଲଟ ଠାବ

ବାଲେଶ୍ୱର: ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।  ସୂଚନା ଅନୁସାରେ ଶୁକ୍ରବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ.ଭି. ହରିହର ରାଓଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ଓ କେନ୍ଦୁଝର ଜିଲାର ୧୧ଟି ସ୍ଥାନରେ ଚଢାଉ କରାଯାଇଥିଲା।  ଏଥିରେ ୪୬.୪୫ଲକ୍ଷ ଟଙ୍କା ନଗଦ ସହ ୧କୋଟି ୧୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ତଥା ଅମାପ ସମ୍ପତ୍ତି ଠାବ କରାଯାଇଛି। ବ୍ରହ୍ମପୁର ସ୍ଥିତ ଭବାନୀପୁରରେ ଦୁଇ ମହଲା ଘର, ଭୁବନେଶ୍ୱର ପାତ୍ରପଡାରେ ଏକ ମହଲା ଘର, ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟର ୩କୋଠରି ଥିବା ଫ୍ଲାଟ୍, ଫୁଲବାଣୀ ଜିଲା ଓଲେନ୍ ବ୍ୟାଚ୍ ନଗରସ୍ଥିତ ପୈତୃକ ବାସଭବନ, ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର, କେନ୍ଦୁଝରରେ ଥିବା ଗ୍ରାମ୍ୟ ନିର୍ମାଣ କ୍ୟାମ୍ପସସ୍ଥିତ ଆବାସ, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତିନଗର ସ୍ଥିତ ସଂପର୍କୀୟଙ୍କ ଘର, କେନ୍ଦୁଝର ବଳଦେବ ଜୀଉ କଲୋନୀରେ ଥିବା ସହଯୋଗୀଙ୍କ ଘର ଆଦି ୧୧ଟି ସ୍ଥାନରେ ଚଢ଼ଉ ଚାଲିଥିଲା। ଅପରାହ୍ଣରେ ଭିଜିଲାନ୍ସ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତିର ମୋଟ ମୂଲ୍ୟ ଆକଳନ କରାଯାଇଥିଲା। ବ୍ରହ୍ମପୁର ଭବାନୀପୁରରେ ୨୧୦୦ ବର୍ଗଫୁଟର ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩୦୦୦ ବର୍ଗଫୁଟର କୋଠା, ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟରେ ୩ ବିଏଚକେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୪ଟି ଉଚ୍ଚ ମୂଲ୍ୟର ଘରଡିହ ଜମି, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ, ୧କୋଟି ୧୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଡାକ୍ତର ଥିବା ଶଳାଙ୍କ ଘରୁ ୪୬.୪୫ଲକ୍ଷ ଟଙ୍କା, ଷ୍ଟକ୍ ଓ ମ୍ୟୁଚୁଆଲ ଫଣ୍ଡରେ ୧.୩୨କୋଟି, ୫୧୦ ଗ୍ରାମ ସୁନାଗହଣା, ୩୦୦ ଗ୍ରାମ ରୁପା ଗହଣା, ବ୍ରହ୍ମପୁର ଏସବିଆଇରେ ଗୋଟିଏ ଲକର, ଗୋଟିଏ ଚାରିଚକିଆ ଓ ଗୋଟିଏ ଦୁଇଚକିଆ ଗାଡ଼ିର ମୂଲ୍ୟାୟନ କରାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସର ୧୦ଟି ଦଳ ସାମିଲ ହୋଇଥିବା ବେଳେ ସେଥିରେ ୧୧ ଜଣ ଡିଏସ୍‌ପି, ୭ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ପୁଲିସ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories