www.samajalive.in
Friday, December 5, 2025
20.1 C
Bhubaneswar

ମେଜର ଓ ବାନ୍ଧବୀଙ୍କୁ କିପରି କରିଥିଲେ ଦୁର୍ବ୍ୟବହାର; ସାମ୍ନାକୁ ଆସିଲା ରୋଡ ରୋମିଓଙ୍କ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ରୋଡ ରୋମିଓଙ୍କ ଉତ୍ପାତ ବେଳର ଭିଡ଼ିଓ। ସେଦିନ ରାତିରେ ଚନ୍ଦକା ଥାନା ଅଞ୍ଚଳ ପଥରଗାଡିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରୋଡ ରୋମିଓ ମାନେ କିଭଳି ବ୍ୟବହାର କରିଥିଲେ ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଛି। ଯେଉଁଥିରେ କିଛି ଯୁବକଙ୍କ ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କଥା କଟାକଟି, ଧସ୍ତାଧସ୍ତି ଓ ମାରପିଟ୍‌‌ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଭିଡ଼ିଓରୁ ଜଣାପଡ଼ିଛି। ୧୦ରୁ ୧୨ଜଣ ରୋଡ ରୋମିଓମାନେ ସେମାନଙ୍କ ସହ ଦୁର୍ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ। ଏହି ଘଟଣାରେ ୭ଜଣ ରୋଡ ରୋମିଓଙ୍କୁ ଚନ୍ଦକା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories