www.samajalive.in
Sunday, December 14, 2025
14.1 C
Bhubaneswar

ଆଧୁନିକ ଓଡିଆ କବିତାରେ ପଲ୍ଲୀର ମହତ୍ତ୍ୱ ପାଠଚକ୍ର

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ‘ଆଧୁନିକ ଓଡ଼ିଆ କବିତାରେ ପଲ୍ଲୀର ମହତ୍ତ୍ୱ” ଶୀର୍ଷକ ଏକ ପାଠଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି। ବିଭାଗୀୟ ମୁଖ୍ୟ ସୁଧାକର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ପାଠଚକ୍ରରେ ପ୍ରାକ୍ତନ ଛାତ୍ର ବକ୍ତା ଭାବେ କବି, ସମାଲୋଚକ ଡ. ଚିତ୍ତରଞ୍ଜନ ମିଶ୍ର ‘ଓଡିଆ କାବ୍ୟ ସହିତ୍ୟରେ ଗାଁର ଚିତ୍ର’ ସମ୍ପର୍କରେ ଆଲୋକପାତ କରି ଗାଁ ମାଟିକୁ ସଭ୍ୟତାର ଆତ୍ମା ବୋଲି ଅଭିହିତ କରିଥିଲେ ଓ ବିଭିନ୍ନ ଓଡ଼ିଆ କବିଙ୍କ ଗାଁ ସମ୍ପର୍କିତ କବିତା ଉପସ୍ଥାପନା କରିଥିଲେ। ସେହିପରି ପ୍ରାକ୍ତନ ଛାତ୍ରୀ ଶିକ୍ଷୟିତ୍ରୀ ସିଦ୍ଦେଶ୍ୱରୀ ଦାସ ‘ଆଧୁନିକ ଓଡ଼ିଆ କବିତାରେ ପଲ୍ଲୀ ଚେନାର ମହତ୍ତ୍ୱ’ ସମ୍ପର୍କରେ ସତଥ୍ୟ ଆଲୋଚନା କରିଥିଲେ। ଏହି ପାଠଚକ୍ରରେ ଓଡ଼ିଆ ବିଭାଗ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ, ଡ. ଜ୍ୟୋତିକିଶୋର ମହାନ୍ତ ଓ ଡ. ଅଜୟ କୁମାର ସାହୁ ଯଥାକ୍ରମେ ଗ୍ରାମ୍ୟ ଜୀବନ ଓ ସଂସ୍କୃତି, ଗଙ୍ଗାଧରଙ୍କ ଗ୍ରାମ୍ୟ ଦୃଷ୍ଟି ଏବଂ ଆଧୁନିକତା ଓ ଗାଁର ଅବକ୍ଷୟ ସମ୍ପର୍କିତ ଆଲୋଚନା ଉପସ୍ଥାପନ କରିଥିଲେ।

ଏହି ଅବସରରେ ସ୍ନାତକୋତ୍ତର ଛାତ୍ରୀ ପ୍ରଜ୍ଞା ପାରମିତା ସେନାପତି ଆଧୁନିକ ଓଡ଼ିଆ କବିତାରେ ଗ୍ରାମ୍ୟ ଜୀବନରେ ସଙ୍ଘର୍ଷର ଚିତ୍ର ଉପସ୍ଥାପନ କରିଥିଲେ। ବିଭାଗ ମୁଖ୍ୟ ତଥା କବି ସୁଧା ଦାଶ ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ପାଠଚକ୍ରର ଆଭିମୁଖ୍ୟ ପ୍ରକାଶ କରିଥିବା ବେଳେ ଡ. ସୁମନ୍ତ୍ର ନାଏକ ଗାଁର ସରଳ ଜୀବନ ଧାରା ସାହିତ୍ୟକୁ ସରଳ ଓ ସୁନ୍ଦର କରିଛି ବୋଲି ମତ ରଖିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଆକାଳୁ ପୃଷ୍ଟି ନିଜ ଆଲୋଚନାରେ, ଗାଁକୁ ବାଦ ଦେଲେ ସାହିତ୍ୟ ଅସମ୍ଭବ ବୋଲି କହିଥିଲେ। ବିଭାଗ ଛାତ୍ରୀ ତଥା ସମ୍ପାନ ସମ୍ପାଦିକା ବର୍ଷାରାଣୀ ବାରିକ୍‌‌ ପାଠଚକ୍ରକୁ ସଞ୍ଚାଳନ କରିଥିବା ବେଳେ ଶେଷରେ ସ୍ନାତକ ଛାତ୍ରୀ ମାନସୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories