ସମାଜ ଡିଜିଟାଲ ଡେସ୍କ: ରାତିରେ ଆମେ ଥାନାକୁ ଯିବାକୁ ଡରିବୁ। କାରଣ ସେଠାରେ ମହିଳା ଅସୁରକ୍ଷିତ। ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ଘଟଣାରେ ରାଜ୍ୟ ସରକାରଙ୍କ ସିଧାସଳଖ ଟାର୍ଗେଟ କରିଛି ମହିଳା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତ୍ରୀ କହିଛନ୍ତି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ କାହାରି ମୁହଁରୁ ପଦେ ହେଲେ ତଥ୍ୟ ବାହାରିନାହିଁ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ନାରୀ ଦୁଷ୍କର୍ମ ବଢିଚାଲିଛି। ୧୦୦ଦିନରେ ସବୁଠାରୁ ବଡ ବିଫଳତା ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡ଼ିବା। ନାରୀ ନିର୍ଯାତନା ବଢିବା ସହ ସରକାର ଏଠାରେ ତାଲିବାନ ଶାସନ ଚଳାଇଛନ୍ତି। କଂଗ୍ରେସ ନେତ୍ରୀ ସୋନାଲି କହିଛନ୍ତି ରାଜ୍ୟରେ ମହିଳାଙ୍କ ସହ ଯାହା ହେଉଛି ତାହାକୁ ନେଇ ମୋହନ ସରକାର ମଉନ ସରକାର ପାଲଟିଛନ୍ତି କାହିଁକି ତାହାର ଉତ୍ତର ଦେବେ କି।



