Patra electronics

ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୩ ଉଦ୍ଧାର

ବାଲିଆପାଳ: ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗ୍ରାମ ଜଳମଗ୍ନ ହୋଇଛି। ବିଭିନ୍ନ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଆଜି ୩ ଜଣ ଭାସି ଯାଉଥିଲେ। ଖବର ପାଇ ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜାମକୁଣ୍ଡା ପଞ୍ଚାୟତ କୁହ୍ଲାଚଡ ଗ୍ରାମରୁ ୫ ଜଣ ଲୋକ ଆଜି ରାସନ ପାଇଁ ବାଲିଆପାଳ ଆସୁଥିଲେ। କୁହ୍ଲାଚଡ ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଅସାବଧାନତାରୁ ଗେହ୍ଲି ମଣି ମଙ୍ଗରାଜ, ଅରୁଣ ମଙ୍ଗରାଜ ଓ ପିତ ଦଳାଇ ଭାସି ଯାଉଥିଲେ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Comments are closed.