www.samajalive.in
Saturday, December 6, 2025
14.1 C
Bhubaneswar

ତାଜମହଲରେ ଫାଟ ! ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ତାଜମହଲ ସମେତ ଅନେକ ଐତିହାସିକ କଳାକୃତି କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଯୋଗୁ ତାଜମହଲର ମୁଖ୍ୟ ଗମ୍ବୁଜରେ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ନିରୀକ୍ଷଣ ଆରମ୍ଭ ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ଜଳାର୍ଣ୍ଣବ ହୋଇଯାଇଛି।

କେଉଁ ସ୍ଥାନରୁ ପାଣି ଗଳୁଛି ତାହାର ଅନୁଧ୍ୟାନ କରାଯାଉଥିବା ସୁପରିଣ୍ଟେଣ୍ଡିଂ ଆର୍କେଲୋଜିଷ୍ଟ ରାଜକୁମାର ପଟେଲ କହିଛନ୍ତି। ମୁଖ୍ୟ ସମାଧି ସୌଧ ଭିତରେ ଆର୍ଦ୍ରତା ରହିଥିବା ଜଣାପଡ଼ିଛି। ଗମ୍ବୁଜରେ ସୂକ୍ଷ୍ମ ଫାଟ ଯୋଗୁ ପାଣି ଗଳୁଥିବା ସନ୍ଦେହ କରାଯାଉଛି। ଯାହା ବି କ୍ଷୟକ୍ଷତି ହୋଇଛି ତୁରନ୍ତ ତାହାର ଆବଶ୍ୟକ ମରାମତି କରାଯିବ। ବର୍ଷା କମିଲେ ଚତୁଃପାର୍ଶ୍ବରୁ ଜଳ ନିଷ୍କାସନ କରାଯିବ ବୋଲି ପଟେଲ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories