www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ଦୁଷ୍କର୍ମ ନିରୋଧୀ ଆଇନ ! କେନ୍ଦ୍ରର ଉତ୍ତର ଲୋଡ଼ିଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ମହିଳା ବିରୋଧୀ ଅପରାଧ ଓ ଦୁଷ୍କର୍ମ ନିରୋଧୀ ଆଇନ ଏବଂ ମହିଳାଙ୍କ ଅଧିକାର ସମ୍ପର୍କିତ ବିଷୟବସ୍ତୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ଦାବି ହୋଇଛି। ସୁପ୍ରିମକୋର୍ଟରେ ଆଗତ ଏକ ପିଟିସନର ଶୁଣାଣି କରି ଏ ସମ୍ପର୍କରେ କେନ୍ଦ୍ରର ଉତ୍ତର ଲୋଡିଛନ୍ତି।

ଆବେଦନକାରୀ ତଥା ବରିଷ୍ଠ ଆଇନଜୀବୀ ଆବାଦ ହରଶଦ ପଣ୍ଡା କହିଛନ୍ତି, ମହିଳା ବିରୋଧୀ ଅପରାଧ ସମ୍ପର୍କରେ ପିଲାମାନଙ୍କୁ ତୃଣମୂଳସ୍ତରରୁ ଅବଗତ କରାଯାଉ ନାହିଁ। ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଆଣିବା ଏବଂ ଦୁଷ୍କର୍ମ ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ ଦେବା ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତା ଦେବା ଜରୁରୀ। ବର୍ତ୍ତମାନ ସମୟରେ ଏଭଳି ଅପରାଧ ପାଇଁ ଦୋଷୀଙ୍କୁ ଆଇନରେ ଆଜୀବନ ଏବଂ ମୃତ୍ୟୁଦଣ୍ଡ ନେଇ ଯେଉଁ ପ୍ରାବଧାନ ରହିଛି ତାହା ସମସ୍ୟାର ମୂଳ କାରଣକୁ ସମ୍ବୋଧନ କରୁନାହିଁ। ତେଣୁ ମହିଳାଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ ଏବଂ ଅସମାନତାର ମାନସିକତାକୁ ବଦଳାଇବା ଜରୁରୀ ବୋଲି ଆବେଦନକାରୀ କହିଛନ୍ତି।

- Advertisement -

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵରେ ଏକ ଖଣ୍ଡପୀଠ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories