www.samajalive.in
Sunday, December 14, 2025
23.1 C
Bhubaneswar

ତମ୍ବା ତାର ଚୋରି ଅଭିଯୋଗରେ ଦୁଇ ଗିରଫ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ଼ କାରଖାନାରେ ଅଭାବନୀୟ ଘଟଣା ଘଟିଛି। ତମ୍ବା କେବୁଲ ତାର ଚୋରି ଅଭିଯୋଗରେ ଲାଞ୍ଜିଗଡ ପୁଲିସ୍ ଦୁଇ ଜଣଙ୍କୁ କୋର୍ଯ ଚାଲାଣ କରିଛି। ଲାଞ୍ଜିଗଡ କାରଖାନା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବେଦାନ୍ତର ସୁରକ୍ଷା କର୍ମୀ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ଚାରିଜଣ ଚୋର ବେଦାନ୍ତ କାରଖାନା ଅଞ୍ଚଳରେ ତମ୍ବା କେବୁଲ ତାର ଚୋରି କରୁଥିବା ଦେଖିବାକୁ ପାଇଥିଲେ। ଏବଂ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କଲାବେଳେ ୨ ଜଣ ସୁରକ୍ଷା କର୍ମୀଙ୍କ ଦ୍ୱାରା ଧରାପଡ଼ିଥିଲେ। ଏବଂ ଆଉ ୨ ଜଣ ଦୌଡ଼ି ପଳାଇଥିଲେ । ବେଦାନ୍ତ ସୁରକ୍ଷା କର୍ମୀମାନେ ଦୁଇଜଣ ଚୋରଙ୍କୁ ଗୁରୁବାର ସକାଳେ ଆଣି ଲାଞ୍ଜିଗଡ ଥାନାରେ ହସ୍ତାନ୍ତର କରିଥିବାବେଳେ ପୁଲିସ୍ ସେମାନଙ୍କୁ ଗିରଫ କରି ତଦନ୍ତ ଚଳାଇଥିଲେ।  ଗିରଫ ଅଭିଯୁକ୍ତ ହେଲେ ଲାଞ୍ଜିଗଡ ବ୍ଲକ ବାତେଲିମାର ଗାଁର ଲାଲମୋହନ ନାଏକ ଏବଂ ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଡେଙ୍ଗସର୍ଗି ଗାଁର ରମାକାନ୍ତ ବିଭାର। ଉଭୟଙ୍କ ଠାରୁ ୧୦୦ ମିଟର ଲମ୍ବର ତମ୍ବା କେବୁଲ ତାର ଓ ତିନୋଟି ଇଲେକ୍ଟ୍ରିକ ପ୍ୟାନେଲ ଜବତ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ଏନେଇ ଲାଞ୍ଜିଗଡ ଥାନା ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories