www.samajalive.in
Friday, December 5, 2025
26.1 C
Bhubaneswar

ଲୁହା କଢେଇରେ ରୋଷେଇ କରିବା ଘଟଣା; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରୋଷଘରେ ଲୁହା କଢେଇରେ ରୋଷେଇ କରିବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ। ରୋଷଘର ପରିଦର୍ଶନ କରି କଢେଇ ଜବତ ସହ ୭ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭାଙ୍ଗି ମହାପ୍ରଭୁଙ୍କ ପାଇଁ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।

ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। କରୋନା ମହାମାରୀ ସମୟରୁ ପ୍ରାୟ ପାଞ୍ଚ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିର ରୋଷଶାଳା ଏଭଳି ଅଘଟଣ ଚାଲିଛି। ନିଯୋଗର ଜଣେ କର୍ମକର୍ତ୍ତା ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିଯୋଗୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଆବଶ୍ୟକତା ଅନୁଯାୟୀ ମାଟି ହାଣ୍ଡି ମିଳୁନଥିବା ଆଳକରି କେତେକ ସୁଆର ସେବକ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରିଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ଚୁଲିରେ ମାଟି କୁଡ଼ୁଆରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଗୋଟିଏ ଚୁଲିରେ ଏକକାଳୀନ ଛଅ ଗୋଟି ମାଟି କୁଡୁଆ ବସାଯାଏ। ସେଥିରୁ ବାଇହାଣ୍ଡି ସମେତ ଅନ୍ୟ ମାଟି କୁଡୁଆକୁ ଅନ୍ନ ସ୍ଥାନାନ୍ତର କରାଯାଏ। ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ବ୍ୟବସ୍ଥା ନାହିଁ। ଏହା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ, କିନ୍ତୁ ସେଥିରେ ରୋଷେଇ ଅଧିକ ସହଜ ହେଉଥିବାରୁ କେତେକ ସୁଆର ସେବକ ଏହି ପରମ୍ପରା ବିରୋଧୀ ବ୍ୟବସ୍ଥା ପାଞ୍ଚବର୍ଷ ଧରି ଆପଣେଇଛନ୍ତି। ଏହାକୁ ନେଇ ସୁଆର ମହାସୁଆର ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ କହିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories