www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ସଶକ୍ତିକରଣ ସରକାରଙ୍କ ପ୍ରତିବଦ୍ଧତା; ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ‘ସୁଭଦ୍ରା’ ମହା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପୁରୀ ବ୍ଲୁ ଫ୍ଲାଗ୍ ବିଚଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା “ସୁଭଦ୍ରା” ଯୋଜନା ନିମନ୍ତେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁଭଦ୍ରା ଯୋଜନାର ସୁବିଧା ଗୁଡିକୁ ହିତାଧିକାରୀ, ଅର୍ଥାତ ୨୧ ରୁ ୬୦ ବର୍ଷ ବୟସ୍କା ମହିଳାଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଆର୍ଥିକ ସୁରକ୍ଷା ଓ ସ୍ବାଧୀନତା ପ୍ରଦାନ ସହିତ ସ୍ୱାବଲମ୍ବୀ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ସମାରୋହ, ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ଏକ ଦୃଷ୍ଟାନ୍ତ। ଓଡ଼ିଶାର ମହିଳାମାନଙ୍କ ଏକତା ଏବଂ ଶକ୍ତିର ଏକ ପ୍ରତୀକାତ୍ମକ ପ୍ରଦର୍ଶନ ସ୍ୱରୂପ ଏହି କାର୍ଯ୍ୟକ୍ରମ ପୁରୀ ବେଳାଭୂମିରେ ବୁଧବାର ଅପରାହ୍ନ ୪ ଘଟିକାରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସଭାକୁ ସମ୍ବୋଧନ କରି ସୁଭଦ୍ରା ଯୋଜନା କିଭଳି ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଏ ତାହା ଉଲ୍ଲେଖ କରିଥିଲେ।
ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ବିଶେଷ ବାଲୁକା ଶିଳ୍ପର ପ୍ରଦର୍ଶନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଓଡିଶାରେ ମହିଳାମାନଙ୍କର ଦୃଢ ସଂକଳ୍ପର ଏକ ସ୍ମୃତିଚିହ୍ନ ରୂପେ ଏହି ଶିଳ୍ପକଳା, ଜନସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଅଧିବେଶନରେ ୩ ଜଣ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ମିଶନ ଶକ୍ତିରେ ସେମାନଙ୍କର ଯାତ୍ରା କଥା କହିବା ସହିତ ସୁଭଦ୍ରା ଯୋଜନାର ସହାୟତା କିପରି ଆର୍ଥିକ ଭାବେ ସେମାନଙ୍କୁ ସଶକ୍ତ କରିପାରିବ ତାହା ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସିନେ ଷ୍ଟାର ପିଙ୍କି ପ୍ରଧାନ ଓ ଶ୍ରୀତମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories