www.samajalive.in
Saturday, December 13, 2025
26.1 C
Bhubaneswar

ଏମଜି ଆଣିଲା ନୂଆ ଇଲେକ୍ଟ୍ରିକ୍ କାର୍, ବସିଲେ ବିମାନ ଭଳି ଲାଗିବ..

ନୂଆଦିଲ୍ଲୀ : ଏମଜି ଓ୍ବିଣ୍ଡସୋର ଇଭି ଭାରତୀୟ ଇଲେକ୍ଟ୍ରିକ୍ ଗାଡି ବଜାରରେ ପ୍ରବେଶ କରିବା ପରେ ହଇଚଇ ସୃଷ୍ଟି କରିଛି । ଏହି ଇଲେକ୍ଟ୍ରିକ୍ ଏସୟୁଭି କେବଳ ନିଜ ଲୁକ୍ ପାଇଁ ନୁହେଁ, ବରଂ ନିଜ ବିଳାସପୂର୍ଣ୍ଣ କାର୍ ଭିତର ସାଜସଜ୍ଜା ପାଇଁ ମଧ୍ୟ ବେଶ୍ ଆଦୃତ ହୋଇପାଇଛି । ଏହି ଗାଡି ଭିତରେ ବସିଲେ ବିମାନରେ ବସିବା ଭଳି ଅନୁଭବ ହେବ ବୋଲି କମ୍ପାନୀ ଦାବି କରିଛି ।

ଯାତ୍ରୀଙ୍କ ଯାତ୍ରା ଆରାମଦାୟକ କରିବା ପାଇଁ ଏଥିରେ ଅନେକ ସୁବିଧା ଦିଆଯାଇଛି । ସିଟରେ ହାଇ-କ୍ବାଲିଟି ଲେଦର ଅପହୋଲଷ୍ଟ୍ରି, ଇଲେକ୍ଟ୍ରିକ୍ ଆଡଜଷ୍ଟମେଣ୍ଟ, ଏବଂ ମସାଜ୍ ଭଳି ସୁବିଧା ମଧ୍ୟ ରହିଛି । କାରରେ ଏକ ବଡ ପାନାରମିକ୍ ସନରୁଫ୍ ଦିଆଯାଇଛି । ବିମାନର ବିଜନେସ୍ କ୍ଲାସ ଭଳି ଏହି ଇଭିର ପଛ ସିଟକୁ ଫ୍ଲାଟ୍ ବେଡରେ ପରିବର୍ତ୍ତନ କରିହେବ ।

- Advertisement -

ଗାଡିରେ ଭଏସ୍ କମାଣ୍ଡ, ନେଭିଗେସନ, ୮.୮ ଇଞ୍ଚର ଟିଏଫଟି ଡିସପ୍ଲେ, ୩୬୦ ଡିଗ୍ରୀ କ୍ୟାମେରା ଆଦି ଅନେକ ଫିଚର ଦିଆଯାଇଛି । କାରରେ ୩୮ କେଡବ୍ଲୁଏଚର କ୍ଷମତା ବିଶିଷ୍ଟ ଲିଥିୟମ୍ ଫେରୋ ଫସଫେଟ୍ ବ୍ୟାଟେରୀ ମିଳିବ । ଏହାକୁ ଥରେ ଚାର୍ଜ କଲେ ୩୩୧ କିଲୋମିଟର ଯାତ୍ରା କରିହେବ । ଏଥିରେ ଅଟୋମେଟିକ୍ ହେଡଲ୍ୟାମ୍ପ, ଇଲେକ୍ଟ୍ରିକ୍ ସାଇଡ୍ ମିରର, ଅଟୋ ରେନ୍ ସେନ୍ସିଂ ଓ୍ବାଇପର୍ସ ଆଦି ଅତ୍ୟାଧୁନିକ ଫିଚର ମିଳିବ । ଏହାକୁ ୯.୯୯ ଲକ୍ଷ ଟଙ୍କା (ଏକ୍ସ ଶୋରୁମ୍) ଦାମରେ ଲଞ୍ଚ କରାଯାଇଛି ।

ଆପଲକୁ ବଡ଼ ଝଟ୍‌କା: ଆୟର୍ଲାଣ୍ଡକୁ ଦେବ ୧.୨ ଲକ୍ଷ କୋଟି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories