www.samajalive.in
Thursday, December 11, 2025
15.1 C
Bhubaneswar

ପରିବେଶ ସୁରକ୍ଷା ପାଇଁ ପୂଜାର୍ଚ୍ଚନା କରି ଗଛ ଲଗାଇଲେ ଗ୍ରାମବାସୀ

ଆରଡି: ଭଦ୍ରକ ଜିଲା ଆରଡିପୀଠ ନିକଟ ନାନ୍ଦପୁର ପଞ୍ଚାୟତରେ ବାଙ୍କମୁଆଁଠାରୁ ଆରଡିପୀଠ ୪ କି.ମି. ରାସ୍ତା ଓ ତାରିଣୀଛକଠାରୁ ଧାନକଣିଆ ୩କିମି ରାସ୍ତାରେ ଭଦ୍ରକ ବନଖଣ୍ଡ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଭାବେ ୪୯୦୦ ଚାରା ରୋପଣ କାର୍ଯ୍ୟ ବୁଧବାରଠାରୁ ଆରମ୍ଭ ହୋଇଛି। ପରିବେଶ ସୁରକ୍ଷା ପାଇଁ ପଞ୍ଚାୟତର ବାଙ୍କମୁଆଁ, ନାନ୍ଦପୁର, କୋଇଲିଖା, ପହଣା, ଭୂଇଁପୁର, ପାଲଟପୁର ଆଦି ଗାଁରୁ ଶତାଧିକ ଲୋକ ଆସି ପୂଜାର୍ଚ୍ଚନା କରିବା ସହ ଚାରା  ଲଗାଇଥିଲେ। ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଚତୁଃପାର୍ଶ୍ବରେ ଜାଲବାଡ ଲଗାଇଛନ୍ତି ଗ୍ରାମବାସୀ। ପରିବେଶ ସୁରକ୍ଷା ଉଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଗାଁ ମୁରବୀମାନେ କହିଛନ୍ତି। ଚାରା ରୋପଣ କାର୍ଯ୍ୟରେ ଭଦ୍ରକ ବନଖଣ୍ଡ ବିଭାଗର ଅଧିକାରୀଙ୍କ ସହ  କାର୍ତ୍ତିକ ବିଶ୍ବାଳ, ସରୋଜ ଦାସ, ପ୍ରସନ୍ନ ଜେନା, ସପନ ନାୟକ, ଗୟାଧର ବିଶ୍ବାଳ, ମହନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories