www.samajalive.in
Saturday, December 6, 2025
17.1 C
Bhubaneswar

ସୀମାନ୍ତରେ ଗୁଳିବିନିମୟ, ମୃତାହତ ସୂଚନା ନାହିଁ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ଉଧମପୁର ଜିଲା ଅନ୍ତର୍ଗତ କାଠୁଆ-ବସନ୍ତଗଡ଼ ସୀମାନ୍ତରେ ଗୁଳିବିନିମୟ ଘଟିଛି। ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଘଟିଥିବା ଏହି ଗୁଳିବିନିମୟରେ କେହି ମୃତାହତ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ।

ବସନ୍ତଗଡ଼ର ଖନ୍ଦାରା ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅର୍ଦ୍ଧସାମରିକ ବାହିନୀ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଅପରାହ୍ନ ପ୍ରାୟ ୧୨ଟା ୫୦ରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହା ପରେ ଯବାନଙ୍କ ପକ୍ଷରୁ ବି ପାଲଟା ଆକ୍ରମଣ ହୋଇଥିଲା। ମଝିରେ ମଝିରେ ଗୁଳିବିନିମୟ ଚାଲିଥିବା ବେଳେ ଯବାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଦିଆଯାଇଛି। ଅତିରିକ୍ତ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିବା ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ଅନ୍ୟପଟେ ବୁଧବାର ଭୋର ସମୟରେ ଅଖନୁର ଅଞ୍ଚଳରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ ଯୋଗୁ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories