www.samajalive.in
Saturday, December 6, 2025
15.1 C
Bhubaneswar

ବାର୍ଡ ଫ୍ଲୁ ; କ୍ୱାରେଣ୍ଟିନରେ ରହିବେ କୁକୁଡା ଚାଷୀ..

କେନ୍ଦ୍ରାପଡା : କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି । ୫ କୁକୁଡା ଚାଷୀଙ୍କ ସ୍ୱାବ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପଠାଇଛି । ଏହାସହ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ୫ କୁକୁଡା ଚାଷୀ ହୋମ୍‌ କ୍ୱାରେଣ୍ଟିନରେ ରହିବେ । କୁକୁଡା ମରିଥିବା ସବୁ ଫାର୍ମର ଚାଷୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି।

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ସେପ୍ଟେମ୍ବର ୭ରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଥିଲା । ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିଲେ । ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତର ଅନେକ ଫାର୍ମରେ କୁକୁଡ଼ା ମରି ପଡ଼ିଥିବା ବେଳେ ଏହି ଅଞ୍ଚଳରେ ଥିବା ଅନେକ ଫାର୍ମରେ ବହୁ କୁକୁଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଇଥିଲା ।

ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories