www.samajalive.in
Saturday, December 6, 2025
15.1 C
Bhubaneswar

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ- ବିଜେଡି ସୁପ୍ରିମୋ..

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ ଟିମ୍‌ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ନବୀନ ପଟ୍ଟନାୟକ ଏପରି କହିଛନ୍ତି ।
ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ପଞ୍ଚୟତ ସମେତ କାଲିମେଳା ଓ ପଡିଆ ବ୍ଲକର ୨୩୬ଟି ଗାଁର ଲୋକେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ବାସସ୍ଥାନ ସହ ଜୀବିକା ଉଜୁଡି ଯିବ । ମାଲକାନଗିରିରେ ଅଧିକ ବର୍ଷା ହେଉଥିବାରୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ନବୀନଙ୍କୁ ରିପୋର୍ଟ ଦେଇଛନ୍ତି । ଆଦିବାସୀ ଭାଇ ଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି ।
ଏହି ସମୟରେ ପୋଲାଭରମ ଟିମର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝୀନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

ଦେଖନ୍ତୁ ଭିଡିଓ ; ବରମୁଣ୍ଡା ଫ୍ଲାଏ ଓଭର ରାସ୍ତାରେ ଟ୍ରକରୁ ବାହାରିଗଲା ଚକ, ଘଣ୍ଟାଘଣ୍ଟା ଟ୍ରାଫିକ୍‌ ଜାମ୍‌..

ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories