www.samajalive.in
Thursday, December 11, 2025
14.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ: ଭାଙ୍ଗି ଦେଲେ ଘର, ମାରଣାସ୍ତ୍ରରେ ଆକ୍ରମଣ

ବାସୁଦେବପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ ଏବଂ ଧାରୁଆଅସ୍ତ୍ରରେ ଆକ୍ରମଣ ସହିତ ଘର ଭାଙ୍ଗିରୁଜି ଦେଇଥିବା ଅଭିଯୋଗ ଆସିଛି । ଏମିତି ଅଭିଯୋଗ ବାସୁଦେବପୁର ଥାନା ଅଧିନ ବ୍ରାହ୍ମଣଗାଁ ସାହୁସାହିର ବୋଲି ଜଣାପଡିଛି । ଅଭିଯୋଗ ମୁତାବକ ମନୋରମା ସାହୁ ଓ ପୁଷ୍ପଲତା ସାହୁଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ପୂର୍ବରୁ ଶତ୍ରୁତା ଲାଗିରହିଥିଲା । ଆଜି ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବଚସା ପରେ ମାରପିଟର ରୁପ ନେଇଥିଲା । ମାରପିଟ ସମୟରେ ପୁଷ୍ପଲତାଙ୍କ ପୁଅକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଏହାପରେ ଆକ୍ରୋଶ ମୁତାବକ ଅପରପକ୍ଷ ମନୋରମାଙ୍କ ଆଜବେଷ୍ଟସ ଘରକୁ ଭାଙ୍ଗି ଦେଇଥିବାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିବା ସହିତ ଏହି ଘଟଣାରେ ସଂପୃକ୍ତ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଗୁରୁତର ପୁଷ୍ପଲତାଙ୍କ ପୁଅ ଉମାକାନ୍ତ ଗୁରୁତର ଭାବରେ ଚିକିତ୍ସାଧିନ ରହିଥିବା ପୁଲିସ କହିଛି ।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories