www.samajalive.in
Thursday, December 11, 2025
14.1 C
Bhubaneswar

ଆଗାମୀ ୨ ବର୍ଷରେ ଶସ୍ତା ହେବ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଗାଡି ଚାହିଦା ବଢିବାରେ ଲାଗିଛି । ଏହି କାରଣରୁ ଆଗାମୀ ୨ ବର୍ଷରେ ଇଭିର ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଗାଡି ସହ ସମାନ ହୋଇଯିବ । କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ତରଫରୁ ସୋମବାର ଏହି ବୟାନ ଦିଆଯାଇଛି । ଅଟୋମେଟିଭ୍ କମ୍ପୋନେଣ୍ଟ ମାନୁଫ୍ୟାକ୍ଚର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ସଡକ ସୁରକ୍ଷାକୁ ବଢାଇବା ଦିଗରେ ଗୁରୁତ୍ବାରୋପ କରିଛନ୍ତି ।

ସେ ଆଗକୁ କହିଛନ୍ତି କି ସେ ଇଲେକ୍ଟ୍ରିକ୍ ଗାଡି ପାଇଁ କୌଣସି ପ୍ରକାର ରିହାତି ବିରୁଦ୍ଧରେ ସେ ନାହାଁନ୍ତି । ଏହା ଗ୍ରାହକଙ୍କୁ ଆକର୍ଷିତ କରିଥାଏ ବୋଲି ସେ କହିଛନ୍ତି । ନୂଆ ଇଭି ପଲିସି ଅନୁସାରେ କମ୍ପାନୀମାନଙ୍କୁ ଭାରତରେ ନିର୍ମାଣ ସୁବିଧା ପାଇଁ ସର୍ବନିମ୍ନ ୪୧୫୦ କୋଟି ଟଙ୍କାର ନିବେଶ କରିବାକୁ ହେବ ଏବଂ ୩ ବର୍ଷରେ ଉତ୍ପାଦନ ଆରମ୍ଭ କରିବାକୁ ହେବ । ଏହି ସମୟରେ କମ୍ପାନୀକୁ ଅତିକମରେ ୨୫ ପ୍ରତିଶତ ଡୋମେଷ୍ଟିକ୍ ଭାଲ୍ୟୁ ଏଡିସନ୍ କରିବାକୁ ହେବ । ସେ ଏହା ମଧ୍ୟ କହିଛନ୍ତି କି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ସବୁ ସମ୍ଭବ ସହାୟତା କରିବେ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories