www.samajalive.in
Saturday, December 6, 2025
23.1 C
Bhubaneswar

ପରିବାରର ୪ ଜଣଙ୍କୁ କାମୁଡ଼ିଲା ସାପ: ୩ ଭଉଣୀ ମୃତ, ବାପା ଗୁରୁତର

ବୌଦ୍ଧ: ରାତିରେ ଶୋଇଥିବାବେଳେ କାମୁଡ଼ିଲା ବିଷଧର ସାପ। ଚାଲିଗଲା ୩ ଭଉଣୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ବାପା ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗ୍ରାମରେ।

ରବିବାର ନୂଆଁଖାଇ ଥିବାରୁ ଚରିଆପାଲି ଗ୍ରାମର ସାଲେନ୍ଦ୍ର ମଲ୍ଲିକଙ୍କ ପରିବାର ଏକାଠି ଖିଆ ପିଆ କରିବା ପରେ ଶୋଇବାକୁ ଯାଇଥିଲେ। ସମ୍ପୂର୍ଣ୍ଣ ପରିବାର ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ପରିବାର ସମସ୍ତଙ୍କୁ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ପ୍ରଥମେ ଗୁଣିଗାରେଡିର ସହାୟତା ନିଆଯିବା ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ବିଳମ୍ବିତ ଚିକିତ୍ସା ଯୋଗୁ ଆଉ ଜଣେ ଭଉଣୀର ମୃତ୍ୟୁ ଘଟିଥିଲା। ଘଟଣାରେ ମୃତ ତିନି ଭଉଣୀ ସ୍ମୃତିରେଖା, ସୁରଭୀ ଓ ଶୁଭରେଖା ନାବାଳିକା ଅଟନ୍ତି। ପିତା ସାଲେନ୍ଦ୍ର ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ତିନି ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories