www.samajalive.in
Saturday, December 6, 2025
14.1 C
Bhubaneswar

ଯୁବକଶକ୍ତି ଆଗକୁ ବଢ଼ିଲେ ଦେଶ ନିଶ୍ଚିତ ଆଗେଇବ: ଖଣି ମନ୍ତ୍ରୀ

ଗୋପାଳପୁର: ଯୁବ ଶକ୍ତି ଆଗକୁ ବଢ଼ିଲେ ଦେଶ ଆଗକୁ ବଢ଼ିବ। ଭଞ୍ଜବିହାର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା କହିଛନ୍ତି। ଯୁବକମାନଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ରକ୍ତ ଭଣ୍ଡାରରେ ରହିଥିବା ରକ୍ତର ଅଭାବକୁ ଦୂର କରିବାରେ ସହାୟକ ହୋଇଥିବାରୁ ସଂଘର ସମସ୍ତ ସଦସ୍ୟଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ଶିବିରରୁ ୫୮ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା। ଉର୍ଜା ସଂଘ ସଭାପତି ଦୀପକ କୁମାର ମହାନ୍ତି, ସମ୍ପାଦକ ରୁଦ୍ର ପ୍ରସାଦ ପାତ୍ର, ସମାଜସେବୀ ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ପଣ୍ଡା, ପଞ୍ଜାବ ନେସନାଲ ବ୍ୟାଙ୍କ ମାନବ ସଂଶାଧନ ପ୍ରବନ୍ଧକ ମାନସ ରଞ୍ଜନ ସ୍ବାଇଁ, ବିଜେପି ନେତା ଜି. କୁରମା, ଡି. କୋଟେଶ, ଦେବାଶିଷ ଆଚାର୍ଯ୍ୟ, ଅରୁଣ ସାହୁ, ଶରତ ଚନ୍ଦ୍ର ମିଶ୍ରଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories