www.samajalive.in
Saturday, December 6, 2025
14.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଗାଡି ଚାଳକ ମୃତ 

ପାଟଣା: ଆଜି ସଂଧ୍ୟାରେ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି-ଢେଙ୍କିକୋଟ ମଧ୍ୟରେ ଘଟଗାଁ ଆଡୁ କେନ୍ଦୁଝର ଆଡକୁ ଯାଉଥିବା ଏକ ଅଜଣା ଗାଡି ଧକ୍କାରେ ଜଣେ ଗାଡି ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗାଡି ଚାଳକ ସାନ୍ତରାପୁର ଗ୍ରାମର ବସନ୍ତ ଦାସ (୫୭) ଲଙ୍ଗଳକଣ୍ଟି କାଜୁ ବଗିଚା ପଟୁ ଜାତୀୟ ରାଜପଥରେ ଚାଲି ଚାଲି ଢେଙ୍କିକୋଟ ବଜାରକୁ ଆସୁଥିବା ସମୟରେ ସଂଧ୍ୟା ପାଖାପାଖି ୭ ଟା ସମୟରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଘଟଗାଁ ଡାକ୍ତରଖାନା ପଠାଇ ଦୁର୍ଘଟଣାର ତଦନ୍ତ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories