www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ, ଦାନ୍ତ ବିନ୍ଧାର ଘରୋଇ ଉପଚାର

ଦାନ୍ତ ବିନ୍ଧା ହେଲେ ଅନେକ କଷ୍ଟ ହୋଇଥାଏ। ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାରର ଔଷଧ ସେବନ କରିବାକୁ ପଡିଥାଏ। କିନ୍ତୁ ବେଳେବେଳେ ଔଷଧ ସେବନ ନ କରି ଘରୋଇ ଉପଚାର ଦ୍ବାରା ଦାନ୍ତ ବିନ୍ଧାରୁ ମୁକ୍ତି ପାଇପାରିବା। ଲବଙ୍ଗର ବ୍ୟବହାର ପ୍ରତ୍ୟେକଙ୍କ ଘରେ କରାଯାଇଥାଏ। ଏହା ଦାନ୍ତ ବିନ୍ଧା ସହ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଏଣ୍ଟିସେପ୍ଟିକ, ଏଣ୍ଟି-ଫଙ୍ଗଲ ଓ ଏଣ୍ଟି-ଇଫ୍ଲେମେଟ୍ରି ଗୁଣ ରହିଛି। ଏହା ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ।

ଦାନ୍ତ ପାଇଁ ଲବଙ୍ଗର ବ୍ୟବହାର :

- Advertisement -

ଲବଙ୍ଗରେ ଏନେସ୍ଥେଟିକ ଓ ଏଣ୍ଟିସେପ୍ଟିକ ଗୁଣ ରହିଥିବାରୁ ତାହା ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ। ଏହାସହ ଲବଙ୍ଗରେ ଥିବା ଏଣ୍ଟି-ଏଲର୍ଜିକ ଗୁଣ ଥିବାରୁ ତାହା ଦାନ୍ତ ସଂକ୍ରମଣରୁ ରକ୍ଷା କରିଥାଏ। ଲବଙ୍ଗରେ ଥିବା ପୋଷକ ତତ୍ତ୍ବ ଦାନ୍ତର ଅନ୍ୟ ସମସ୍ୟା ଠାରୁ ମୁକ୍ତି ଦେଇଥାଏ।

ଦୁଇ ତିନୋଟି ଲବଙ୍ଗ ନେଇ ତାହାକୁ ବିନ୍ଧୁ ଥିବା ଦାନ୍ତ ନିକଟରେ ରଖନ୍ତୁ। କିଛି ସମୟ ପରେ ଲବଙ୍ଗଟି ନରମ ହୋଇଯିବ। ତାପରେ ତାକୁ ଚୋବାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଲବଙ୍ଗ ରସ ଆପଣଙ୍କ ଦାନ୍ତ ନିକଟରେ ପହଞ୍ଚି ପାରିବ। ଏପରି କରିବା ଦ୍ବାରା ଦାନ୍ତ ବିନ୍ଧାରୁ ସହଜରେ ମୁକ୍ତି ପାଇପାରିବା।

ଲବଙ୍ଗକୁ ପାଟିରେ ପ୍ରାୟ ୨୦ମିନିଟ ପର୍ଯ୍ୟନ୍ତ ରଖିବା ଉଚିତ।

ଲବଙ୍ଗର ଅନ୍ୟାନ୍ୟ ଉପକାରିତା :

ଲବଙ୍ଗରେ ଏଣ୍ଟିଅକ୍ସାଇଡ ରହିଛି। ଏହାକୁ ଖାଇବା ଦ୍ବାର ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।

ଲବଙ୍ଗ ଯକୃତକୁ ସୁସ୍ଥ ରଖିଥାଏ। ଏହା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।

ଲବଙ୍ଗ ଇନସୁଲିନ ଓ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories