www.samajalive.in
Sunday, December 14, 2025
26.1 C
Bhubaneswar

ମଧୁମେହ ଓ ଧୂମପାନ ଅଭ୍ୟାସ ଥିଲେ ଅଧିକ ମୋବାଇଲ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ, ନଚେତ୍‌ ହୋଇପାରେ…

ସମାଜ ଡିଜିଟାଲ ଡେସ୍କ: ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ହୃଦରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏକ ନୂଆ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସୁଛି। ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ସମାନ ନୁହେଁ। ଯେଉଁମାନେ ମଧୁମେହରେ ଆକ୍ରାନ୍ତ କିମ୍ବା ଧୂମପାନ ଅଭ୍ୟାସରେ ଜଡ଼ିତ ସେମାନଙ୍କ ପାଇଁ ଅଧିକ ମୋବାଇଲ ଫୋନ ବ୍ୟବହାର ହୃଦରୋଗର ଆଶଙ୍କା ବଢ଼ାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କାନାଡାର ହୃଦରୋଗ ସମ୍ବନ୍ଧୀୟ ଏକ ଜର୍ନାଲରେ ଏ ସମ୍ପର୍କିତ ଗବେଷଣାମୂଳକ ରିପୋର୍ଟ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଅଧ୍ୟୟନ ପାଇଁ ବ୍ରିଟେନର ବାୟୋବ୍ୟାଙ୍କରୁ ୪ ଲକ୍ଷ ୪୪ ହଜାର ୨୭ ଲୋକଙ୍କ ତଥ୍ୟ ସଂଗ୍ରହ କରି ଅଧ୍ୟୟନ କରିଥିଲେ। ଏମାନଙ୍କଠାରେ ପୂର୍ବରୁ ହୃଦରୋଗର କୌଣସି ଇତିହାସ ନ ଥିଲା। କିନ୍ତୁ ୨୦୦୬ରୁ ୨୦୧୦ ମଧ୍ୟରେ ଏହି ଲୋକମାନେ ମାତ୍ରାଧିକ ମୋବାଇଲ ଫୋନ ବ୍ୟବହାର କରିଥିବା ନେଇ ସ୍ଵୀକାର କରିଥିଲେ। ଏମାନଙ୍କ ମଧ୍ୟରୁ ଯେଉଁମାନେ ମଧୁମେହ ଏବଂ ଧୂମପାନ ଅଭ୍ୟାସରେ ଜଡ଼ିତ ଥିଲେ ସେମାନଙ୍କଠାରେ ପରବର୍ତ୍ତୀ ସମୟରେ ହୃଦରୋଗ ଦେଖାଦେଇଥିଲା।

- Advertisement -

ଚୀନର ଜଣେ ସ୍ଵାସ୍ଥ୍ୟ ବିଶେଷଜ୍ଞ ୟାନଜୁନ ଝାଙ୍ଗ କହିଛନ୍ତି, ବର୍ତ୍ତମାନ ଆଧୁନିକ ସମାଜରେ ସବୁଆଡ଼େ ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି। କିନ୍ତୁ ସ୍ଵାସ୍ଥ୍ୟ ଉପରେ ଏହାର କେତେ କୁପ୍ରଭାବ ରହିଛି ତାହା ବି ଜାଣିବା ଉଚିତ। ମୋବାଇଲ ଫୋନରୁ ନିର୍ଗତ ହେଉଥିବା ରେଡିଓ-ଫ୍ରିକ୍ୟୁଏନ୍ସି ଇଲେକ୍‌ଟ୍ରୋମ୍ୟାଗନେଟିକ୍‌ ଫିଲ୍ଡସ(ଆରଏଫ-ଇଏମଏଫ) ଶରୀରରେ ହାଇପୋଥାଲାମିକ୍‌-ପିଟ୍ୟୁଟାରୀ-ଅଡ୍ରେନାଲ ଆକ୍ସିସ, ଇନଫ୍ଲାମେଟୋରୀ ରେସପନ୍ସ ଏବଂ ଅକ୍ସଡେଟିଭ ଷ୍ଟ୍ରେସ ଆଦିକୁ ଅନିୟନ୍ତ୍ରିତ କରିଥାଏ। ଯାହାଦ୍ଵାରା ହୃତପିଣ୍ଡ ଏବଂ ରକ୍ତ ଧମନୀ ପ୍ରଭାବିତ ​‌ହୋଇଥାଏ।

ଅନ୍ୟ ଜଣେ ବିଶେଷଜ୍ଞ ଜିଆନହୁଇ କିନ୍‌ କହିଛନ୍ତି, ମୋବାଇଲ ଫୋନ ବ୍ୟବହାର ଏବଂ ହୃଦରୋଗ ମଧ୍ୟରେ ସମ୍ପର୍କ ଜାଣିବା ଲାଗି ଲୋକଙ୍କ ଶୋଇବା ଅଭ୍ୟାସ, ମାନସିକ ଅବସାଦ ଆଦି ଉପରେ ନଜର ରଖାଯାଇଥିଲା। ସ୍ଵଳ୍ପ ନିଦ୍ରା ଏବଂ ଖରାପ ମାନସିକ ସ୍ଵାସ୍ଥ୍ୟ ହୃଦରୋଗର କାରଣ ସାଜିପାରେ। ତା’ ସହିତ ଯେଉଁମାନଙ୍କଠାରେ ମଧୁମେହ ଏବଂ ଧୂମପାନ ଅଭ୍ୟାସ ରହିଥାଏ ସେମାନଙ୍କଠାରେ ହୃଦରୋଗ ଆଶଙ୍କା ଅଧିକ ଥାଏ। ଗବେଷକମାନେ ସପ୍ତାହରେ ଗୋଟିଏ ଫୋନ୍‌ କଲ କରିବାକୁ ମୋବାଇଲ ଫୋନର ସାଧାରଣ ବ୍ୟବହାର ବୋଲି ଦର୍ଶାଇଛନ୍ତି। ଏହାଠାରୁ ଅଧିକ ବ୍ୟବହାର କଲେ ତାହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories