www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ବର୍ଷାରେ ବଲ୍‌ ଖେଳୁଛି ଛୁଆହାତୀ, ମାଆକୁ ଖେଳିବାକୁ ଡାକୁଛି..

ନୂଆଦିଲ୍ଲୀ : ବଲ୍‌ ଖେଳି ନିଜ ମାଆକୁ ଖୁସି କରିବାକୁ ଚେଷ୍ଟା କରୁଛି ହାତୀଛୁଆ । ସୋସିଆଲ ମିଡିଆରେ ହାତୀର ଏହି ମନଛୁଆଁ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ମାତ୍ର କିଛି ସମୟର ଏହି ଭିଡିଓରେ ଛୁଆହାତୀ ଏକ ବଲକୁ ଲଗାତାର ନିଜ ମାଆ ଆଡକୁ ନେଉଥିବା ଦେଖିପାରିବେ।

ଦେଖନ୍ତୁ ଭିଡିଓ; ଫିଲ୍ମରୁ କମ୍‌ ନୁହେଁ, ରେସ୍ତୋରାଁରେ ଦାଦାଗିରି, ତଲୱାର ଧରି କଲେ ଉତ୍ପାତ୍‌..

- Advertisement -


ଭିଡିଓଟିକୁ ୩୦ ଅଗଷ୍ଟରେ ପୋଷ୍ଟ କରାଯାଇଛି । ଶେୟାର ହେବା ପରେ ଏକ ଲକ୍ଷରୁ ଅଧିକ ଥର ଲୋକେ ଏହାକୁ ଦେଖି ସାରିଲେଣି । ହୃଦୟସ୍ପର୍ଶୀ ଭିଡିଓର ଆରମ୍ଭ ବର୍ଷାରେ ଛୁଆହାତୀ ବଲଟିକୁ ଖେଳୁଥିବା ଦେଖାଯାଉଛି । ହାତୀ ନିକଟରେ ବୁଲୁଥିବା ବେଳେ ଛୁଆଟି ବାରମ୍ବାର ବଲକୁ ହାତୀ ନିକଟକୁ ନେଉଥିବା ଦେଖାଯାଉଛି । ବଲଟି କାଦୁଅ ଭର୍ତ୍ତି ନାଳରେ ଖସି ପଡୁଛି । ଏହାପରେ ଛୋଟ ଛୁଆ ହାତୀଟି କ୍ୟାମେରା ଆଡକୁ ଏପରି ଦେଖୁଛି, ଯେପରି ଭିଡିଓକୁ ଏବେ ବନ୍ଦ କରିବାକୁ ଜଣାଉଛି । ଭିଡିଓଟି ଲୋକଙ୍କ ହୃଦୟକୁ ବେଶ ଛୁଇଁଥିବା ବେଳେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories