ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ନିଶା ସେବନ କରନ୍ତି। କିନ୍ତୁ କେତେବେଳେ ନିଶା ସେବନ କରିବା ଉଚିତ ଆଉ କେତେବେଳେ ନ କରିବା ଉଚିତ ତାହା ସେମାନେ ଚିନ୍ତା କରନ୍ତି ନାହିଁ। ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ ମଦ୍ୟପାନ କରିଦିଅନ୍ତି। କିନ୍ତୁ ତାହାର ପରିଣାମ କ’ଣ ହୁଏ ତାହା ହୋସ ଆସିଲା ପରେ ଜଣାପଡ଼େ। ଏମିତି କିଛି ହୋଇଛି ଆମେରିକାର ୨ ଜଣ ଯୁବତୀଙ୍କ ସହିତ।
ଯୁବତୀ ଦୁଇ ଜଣ ବିମାନ ଯାତ୍ରା ପୂର୍ବରୁ ମନ ଖୁସି କରି ମଦ୍ୟପାନ କଲେ। ନିଶାରେ ଥାଇ ଜର୍ଜିଆ ଯିବାକୁ ବିମାନ ଟିକେଟ କାଟିଲେ। ପରେ ବିମାନରେ ଯାତ୍ରା ବି କଲେ। ହେଲେ ଶେଷରେ ପହଞ୍ଚିଲେ ଭାରତରେ। ବିମାନଟି ଯେତେବେଳେ ଅବତରଣ କଲା ତାହାର ଠିକ ପୂର୍ବରୁ ବିମାନ କର୍ମଚାରୀଙ୍କ ପକ୍ଷରୁ ହିନ୍ଦୀ ଭାଷାରେ କିଛି ଘୋଷଣା କରାଗଲା। ବିଦେଶୀ ଯୁବତୀ ଦ୍ଵୟ ଭାଷା ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇପଡ଼ିଲେ। ଜର୍ଜିଆରେ ଏପରି ଭାଷା ଶୁଣି ସେମାନେ ବିଚଳିତ ହୋଇ ପରସ୍ପରଙ୍କୁ ଚାହିଁଲେ। ଶେଷରେ ସେମାନେ କେଉଁଠାରେ ପହଞ୍ଚିଛନ୍ତି ତାହା ଜାଣିବାକୁ ଚେଷ୍ଟା କଲେ।
View this post on Instagram
ପରିଶେଷରେ ସେମାନେ ବୁଝିଲେ ଯେ ଜର୍ଜିଆ ନୁହେଁ, ବରଂ ଭାରତରେ ଆସି ପହଞ୍ଚିଛନ୍ତି। ଏହା ଜାଣିବା ପରେ ଉଭୟଙ୍କ ହୋସ୍ ଉଡ଼ିଯାଇଥିଲା। ସେମାନଙ୍କ ପ୍ରତିକ୍ରିୟା ବି ବେଶ୍ ସୁନ୍ଦର ଥିଲା। ଭାରତରେ ବିମାନଟି ଅବତରଣ କରିବାକୁ ଯାଉଥିବା ଜାଣିବା ପରେ ଜଣେ ଯୁବତୀ ନିଜ ପ୍ରତିକ୍ରିୟାର ଏକ ଭିଡିଓ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି। ଲୋକମାନେ ବି ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଭିଡିଓଟି ୪ଦିନ ତଳେ ଷ୍ଟେଲାନିନି ନାମକ ଏକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି।



