www.samajalive.in
Sunday, December 14, 2025
16.1 C
Bhubaneswar

ପିପିଲି ପୀଡ଼ିତାଙ୍କ ମାଆଙ୍କୁ ଭେଟିଲେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା

ପିପିଲି : ପିପିଲି ପୀଡ଼ିତା ବେବିନାକୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡ ମାମଲାର ପୁନଃତଦନ୍ତ ସହ ମାମଲାକୁ ସିବିଆଇକୁ ତୁରନ୍ତ ହସ୍ତାନ୍ତର କରାନଗଲେ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବିଧାନସଭାକୁ ଘେରାଓ କରାଯିବ ବୋଲି ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ସୁସ୍ମିତା ଦେବ ଗୁରୁବାର ଅପରାହ୍ନରେ ପିପିଲି ଗସ୍ତରେ ଆସି ବେବିନାର ମାଆଙ୍କୁ ଭେଟିବା ଅବସରରେ ପ୍ରକାଶ କରିଛନ୍ତି।

ସୂଚନାମୁତାବକ, ସୁସ୍ମିତା ଦେବ ବେବିନାର ଘରକୁ ଯାଇ ତାଙ୍କ ମାଆଙ୍କୁ ଭେଟିଥିଲେ। ତାଙ୍କ ମାଆ ସୁସ୍ମିତାଙ୍କ ସମ୍ମୁଖରେ କାନ୍ଦି କାନ୍ଦି ଝିଅର ହତ୍ୟାକାରୀକୁ ଦଣ୍ଡ ମିଳିବା ପାଇଁ କହିଥିଲେ। ତୁମେ କାନ୍ଦନା, ଭୟ କରନା, ଆମେ ତୁମ ସହ ଅଛୁ। ତୁମକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ଓ ମୁଁ ଏବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି ସୁସ୍ମିତା ଦେବ ଆଶ୍ୱାସନା ଦେଇ କହିଥିଲେ। ଘଟଣାର ସିବିଆଇ ତଦନ୍ତ ନିମନ୍ତେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସେ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଏହି ହତ୍ୟାକାଣ୍ଡ ସହ ରାଜନିତୀକରଣ ନହେବା ଉଚିତ୍‍। ଏହି ଘଟଣା ସମ୍ପର୍କରେ ମୁଁ ସେତେବେଳେ ଦିଲ୍ଲୀରେ ଥାଇ ଜାଣିଥିଲି। ଏତେ ବର୍ଷ ପରେ ଏ ପରିବାରକୁ ନ୍ୟାୟ ନମିଳିବା ଅତ୍ୟନ୍ତ ଦୁଃଖର ଘଟଣା। ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ଅର୍ଥ ତଦନ୍ତ ପ୍ରକ୍ରିୟାରେ ତୃଟି ରହିଛି। ଏହି ମାମଲାରେ ୯୯ଜଣ ସାକ୍ଷୀ ରହିଥିବା ବେଳେ ୨୯ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇନାହିଁ। ସାକ୍ଷୀମାନଙ୍କୁ କୌଣସି ପ୍ରଶ୍ନ ମଧ୍ୟ ପଚରାଯାଇନାହିଁ ବୋଲି ସେ ଅଭିଯୋଗ କରିଥିଲେ। ତୁରନ୍ତ ଘଟଣାର ପୁନଃତଦନ୍ତ ସହ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ଲୋକସଭାରେ ବିଜେପି ସହ ବିଜେଡି ମିଶି ଅନେକ ଆଇନ ପାଶ୍‍ କରିଛି। ବିଜେଡି ସହ ବିଜେପିର ସମ୍ପର୍କ ଭଲ ଅଛି। ତେଣୁ ଓଡିଶା ଆସି କେବଳ ଭାଷଣ ଦେଇ ଚାଲିଗଲେ ହେବନି, ବିଜେଡି ସାଂସଦ ମହତାବ, କଳିକେଶଙ୍କ ଉପରେ ଘଟଣାର ସିବିଆଇ ତଦନ୍ତ ପାଇଁ କାହିଁକି ଚାପ ପକାଉ ନାହାନ୍ତି  ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ।
ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ଏହି ଗସ୍ତ ସମୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ବରିଷ୍ଠା ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ମିଲି ପଣ୍ଡା, ସ୍ୱାଧିନବାଳା ଦାଶ, ସୁଜାତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories