www.samajalive.in
Sunday, December 14, 2025
16.1 C
Bhubaneswar

ରାହୁଲଙ୍କୁ ପ୍ରକାଶ ରାଜଙ୍କ ସମର୍ଥନ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମହିଳା ଆୟୋଗ ନୋଟିସ ମିଳିବା ପରେ ଅଭିନେତା ପ୍ରକାଶ ରାଜ ରାହୁଲ ଗାନ୍ଧୀଙ୍କ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ରାହୁଳ ଗାନ୍ଧୀ ମହିଳା ବିରୋଧୀ ନୁହନ୍ତି। ଜଣେ କିନ୍ନରଙ୍କୁ ଦଳରେ ଏତେ ବଡ ପଦ ଦିଆଯିବା ନେଇ ସେ ଖୁସି ବ୍ୟକ୍ତ କରିିଛନ୍ତି। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଏଭଳି ଦେଖିବା ଠିକ ନୁହେଁ ବୋଲି ପ୍ରକାଶ କହିଛନ୍ତି।
ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ବୁଧବାର ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଥିଲେ ଯେ, “ରାଫେଲ୍ ଚୁକ୍ତି ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ବେଳେ ୫୬ ଇଞ୍ଚର ଛାତିବାଲା ଚୌକିଦାର ନିଜ ସୁରକ୍ଷା ପାଇଁ ଜଣେ ମହିଳାଙ୍କ ସହାୟତା ଲୋଡ଼ିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣଙ୍କୁ ଆଗକୁ ଛାଡ଼ି ଦେଇ ନିଜେ ଦୌଡ଼ି ଚାଲିଯାଇଥିଲେ। କିନ୍ତୁ ଅଢ଼େଇ ଘଣ୍ଟାର ଉଦ୍ୟମ ପରେ ବି ପ୍ରଧାନମନ୍ତ୍ରୀଙ୍କୁ ସିଥାରମଣ ସୁରକ୍ଷା ଦେଇ ପାରି ନଥିଲେ।”
ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାହୁଲ୍ ଗାନ୍ଧି ଅପମାନିତ କରିଛନ୍ତି। ତଥ୍ୟ ସମ୍ବଳିତ ତର୍କରେ ସିଥାରମଣ ବିରୋଧୀ ଦଳକୁ ନିରବ କରିବା ସହିତ ସେମାନଙ୍କ ମିଛକୁ ଧରାପକେଇ ଦେଇଥିଲେ। ଏବେ ତାଙ୍କୁ ଅପମାତିତ କରିବା ଆଶ୍ଚର୍ୟ୍ୟଚକିତ କରିଛି। ରାହୁଲ୍ ଭାରତର ମହିଳା ଶକ୍ତିଙ୍କୁ ଅପମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ରାହୁଲ୍ ଟ୍ୱିଟ୍ କରି କହିଛନ୍ତି ଯେ “ଆମ ଦେଶରେ ମହିଳାଙ୍କ ସମ୍ମାନ ପରମ୍ପରା ନିଜ ଘରୁ ଆରମ୍ଭ ହୁଏ। ମୋଦୀ ମହାଶୟ! ପୁରୁଷୋଚିତ ଗୁଣର ପରିଚୟ ଦେଇ ମୋ ପ୍ରଶ୍ନର ଜବାବ ଦିଅନ୍ତୁ। ପ୍ରକୃତ ରାଫେଲ୍ ଚୁକ୍ତିକୁ ବାଇପାସ୍ କରିବା ବେଳେ ପ୍ରତିରକ୍ଷା ବିଭାଗ ଓ ବାୟୁ ସେନାକୁ ଅଣଦେଖା କରାଯାଇଥିଲା କି ନାହିଁ? ହିଁ କିମ୍ବା ନାଁରେ ଉତ୍ତର ଦିଅନ୍ତୁ।”
ଚଳଚ୍ଚିତ୍ର ଜଗତର ଏହି ପ୍ରଖ୍ୟାତ ଅଭିନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରୁଥିବା ଦେଖାଯାଏ। ଏହାସହ ସେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବେଙ୍ଗେଲୁରୁ ସେଣ୍ଟ୍ରାଲରୁ ନିର୍ବାଚନ ଲଢିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories