www.samajalive.in
Sunday, December 14, 2025
23.1 C
Bhubaneswar

ସାପ ଖେଳାଉଥିଲେ, ବେକରେ ଗୁଡାଇ ହୋଇ ନେଇଗଲା ଜୀବନ

ନୂଆଦିଲ୍ଲୀ : ଝାରଖଣ୍ଡର ଜାମଶେଦପୁରର ପଟମଦାର ରପଚା ଗାଁରେ ରହୁଥିବା ୫୨ ବର୍ଷୀୟ ହେମନ୍ତଙ୍କ ମୃତ୍ୟୁର କାହାଣୀ ଏବେ ସମସ୍ତଙ୍କୁ ଚକିତ କରୁଛି । ସାପ ଖେଳାଇ ନିଜ ଗୁଜୁରାଣ ମେଣ୍ଟାଉଥିବା ହେମନ୍ତଙ୍କୁ ତାଙ୍କ ପାଳିତ ଅଜଗର ସାପ ବେକରେ ଗୁଡାଇ ହୋଇ ଜୀବନ ନେଇଛି ।

- Advertisement -

ସବୁଦିନ ପରି ସେ ସାପ ନେଇ କାମକୁ ବାହାରିଥିଲେ । କିନ୍ତୁ ସାପଟି ତାଙ୍କ ବେକରେ ଗୁଡାଇ ହୋଇଗଲା । ଧିରେ ଧିରେ ସେ ଅଣନିଶ୍ବାସୀ ହୋଇ ତଳେ ପଡିଗଲେ । ନିକଟରେ ଥିବା ଲୋକେ କେହି ବି ଉଦ୍ଧାର କରିବାକୁ ସାହସ ଜୁଟାଇପାରିଲେନି । ଶେଷରେ ହେମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହା ପରେ ସାପଟି ଏଣେତେଣେ ଚଳପ୍ରଚଳ କରିଥିଲା । ଏହା ଦେଖି ଲୋକେ ଭୟରେ ଦୌଡି ପଳାଇଥିଲେ । ତେବେ ଏହି ଦୃଶ୍ୟର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ହେମନ୍ତ ଅନେକ ବର୍ଷ ଧରି ଜଙ୍ଗଲରେ ସାପ ଧରନ୍ତି ଏବଂ ସହରକୁ ଆଣି ଲୋକଙ୍କୁ ମନୋରଞ୍ଜନ କରି କିଛି ପଇସା ଆୟ କରନ୍ତି । ୪ ଦିନ ପୂର୍ବରୁ ସେହି ଅଜଗରକୁ ସେ ବେକରେ ପକାଇ ଖେଳ ଦେଖାଇଥିଲେ । କିନ୍ତୁ ଏବେ ଏମିତି ଅଚାନକ ଘଟିବ ବୋଲି କେହି କଳ୍ପନା କରିନଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories