www.samajalive.in
Saturday, December 13, 2025
21.1 C
Bhubaneswar

ବାଚସ୍ପତିଙ୍କୁ ‘ସମାଜ’ ଦେଖାଇଲେ ସୋଫିଆ; କଟକରୁ ଉଠିଯିବ ଅବକାରୀ କମିସନଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : କଟକକୁ ଶ୍ରୀହୀନ କରିବାକୁ ସବୁବେଳେ ସରକାରୀ ଷଡ଼ଯନ୍ତ୍ର ଚାଲିଛି। ପୂର୍ବ ସରକାର ପରି ଏ ସରକାର ବି ସମାନ ରାସ୍ତାରେ ରହିଛି। କଟକରେ ଥିବା ଅବକାରୀ କମିସନଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠିଯିବା ନେଇ ‘ସମାଜ’‌େ‌ର ଆଜି ଖବର ପ୍ରକାଶ ପାଇଛି। କଟକରୁ ଏହି କାର୍ଯ୍ୟାଳୟ ଯେପରି ସ୍ଥାନାନ୍ତର ନ ହେବ ସେ ଦିଗରେ ଆପଣ ସରକାରଙ୍କୁ ଅବଗତ କରାନ୍ତୁ ବୋଲି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ‘ସମାଜ’ରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଖବର ଦେଖାଇ ବାଚସ୍ପତି ସୁରମା ପାଢ଼ୀଙ୍କୁ ନିବେଦନ କରିଥିଲେ।

ଶୂନ୍ୟକାଳରେ ବାଚସ୍ପତି ବିଧାୟିକାଙ୍କୁ ଡାକିଥିଲେ। ବିଧାୟିକା ସୋଫିଆ କହିଥିଲେ ସରକାର କଟକ ପ୍ରତି ସବୁବେଳେ ବୈମାତୃକ ମନୋଭାବ ଦେଖାଇ ଚାଲିଛନ୍ତି। ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଉଛି। ପୂର୍ବ ସରକାର ସମୟରେ ଅବକାରୀ ଆୟୁକ୍ତ ଥିବା ଆଶିଷ ସିଂହ କଟକରୁ ଅବକାରୀ କମିସନଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। କଟକରେ କମିସନଙ୍କ ନିଜସ୍ବ କାର୍ଯ୍ୟାଳୟ ରହିଥିବାବେଳେ ତତ୍କାଳୀନ କମିସନ ଶ୍ରୀ ସିଂହ ଇଡ୍‌କୋ ଟାୱାରରେ ମାସିକ ୪ଲକ୍ଷ ଟଙ୍କା ଭଡ଼ା ନେଇ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିମଧ୍ୟରେ କମିସନଙ୍କ ଏକାଧିକ ଅଧିକାରୀ କଟକ ନ ଯାଇ ଭୁବନେଶ୍ବର ଇଡକୋ ଟାୱାରରେ କାର୍ଯ୍ୟ କରୁଥିବା ସେ କହିଥିଲେ। ରାଜ୍ୟ ସରକାର କମିସନଙ୍କ କାର୍ଯ୍ୟାଳୟ କିପରି କଟକରୁ ନ ଉଠିବ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ସେ ବାଚସ୍ପତିଙ୍କୁ ଧ୍ୟ‌ାନ ଆକର୍ଷଣକାରୀ ନୋଟିସ ଦେଇଥିବା କହିଛନ୍ତି।

- Advertisement -

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories