www.samajalive.in
Thursday, December 11, 2025
15.1 C
Bhubaneswar

ସ୍ୱାୟତ୍ତ ଶାସନ ଦିବସ ଅବସରେ ଫୁଟବଲ୍‌ ଟୁର୍ନାମେଣ୍ଟ

ଫୁଲବାଣୀ: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ଦୁଇ ଦିନିଆ ଫୁଟବଲ୍‌ ଟୁର୍ନାମେଣ୍ଟ ଶୁକ୍ରବାରଠାରୁ ଫୁଲବାଣୀ କରୋନେସନ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ୮ଟି ଟିମ୍‌ ଭାଗନେଇଥିବା ବେଳେ ଉଦଘାଟନୀ ଉତ୍ସବରେ ଅତିଥିଭାବେ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ପାୟଲ ବେହେରାଙ୍କ ସମେତ ନିର୍ବାହୀ ଅଧିକାରୀ ସୁଜିତ୍‌ କୁମାର ଚୌଧୁରୀ, କାଉନସିଲର ମୃତ୍ୟୁଞ୍ଜୟ ପେରା, ସ୍ନେହଲତା ପ୍ରଧାନ, ସୁଶ୍ରୀ ବିରଜା କହଁର, ତ୍ରିଲୋଚନା କହଁର, ରମେଶ ଚନ୍ଦ୍ର ମହାନ୍ତି, ନିବେଦିତା ପାତ୍ର, ଟୁନି ସେଠୀ, ରାଜେନ୍ଦ୍ର କୁମାର ପାଢୀ, ଶ୍ରୀବତ୍ସ ବେହେରା, ବସନ୍ତ ସାହାଣୀ, ଆର. ବନଜା ପଟ୍ଟନାୟକ ଏବଂ ସୁଶ୍ରୀ ମାଧବୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ମଧ୍ୟରୁ ନାରାୟଣୀ କ୍ଳବ, ଆର. ନୂଆଗାଁ, ବୁଢାଦାନି ଓ ଏନଟିଏସ୍‌ ସ୍ପୋର୍ଟ୍ସ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ସେମିଫାଇନାଲ୍‌ ପରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ ଓ ଏଥିରେ ବିଜୟୀ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରାଯିବ । ମ୍ୟାଚ୍‌ କମିଶନର ଶଙ୍କର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟକୁ ରେଫରି ନିଖିଳ କହଁର, ସୁଶିଲ୍‌ ବେହେରା, ସରୋଜ ମଲିକ, ଉମେଶ ଚନ୍ଦ୍ର ମାଝୀ, ଜଗନ୍ନାଥ କହଁର, ଉଦୟ ଶଙ୍କର ବେହେରା, ପ୍ରତାପ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଅତିଥିମାନେ ସାମିଲ୍‌ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିବା ବେଳେ ଆଜି ପ୍ରଥମ ଦିନରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories