www.samajalive.in
Sunday, December 14, 2025
26.1 C
Bhubaneswar

ଅବକାରୀ ଚଢାଉ; କାର ସହିତ ମଦ ଜବତ, ଜଣେ ଗିରଫ

ଆଠଗଡ/ତିଗିରିଆ: କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ରୋକିବାକୁ ନିୟମିତ ଚଢାଉ କରାଯାଉଛି । ଏହି କ୍ରମରେ ଶୁକ୍ରବାର ଭିରୁଡାରୁ ଦେଶୀମଦ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଆଠଗଡ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ନେତୃତ୍ବର ଅନ୍ୟ ଅଧିକାରୀ ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡକ ଛକଠାରେ ଛକି ରହିଥିଲେ । ଏହି ସମୟରେ ଭିରୁଡା ଆଡୁ ଆସୁଥିବା ଏକ ମାରୁତି କାରକୁ ଅବକାରୀ ଅଧିକାରୀ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ଚାଲାଣ ହେଉଥିବା ୫୬୦ ଲିଟର ମଦ ଜବତ କରିଥିଲେ । ଏଥିସହିତ କାରକୁ ଜବତ କରାଯିବା ସହ ଗାଡି ଚଳାଉଥିବା ଅଚଳକୋଟ ଗ୍ରାମର ରୁଦ୍ରଦେବ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଆଠଗଡ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ ଓ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories