www.samajalive.in
Sunday, December 14, 2025
23.1 C
Bhubaneswar

ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର

ଆଠଗଡ: ଆଠଗଡ ରାଧାଗୋବିନ୍ଦପୁର ହନୁମାନ ମନ୍ଦିର ନିକଟ ନିଜ ଘରେ ବେକରେ ପିନ୍ଧା ଶାଢି ବାନ୍ଧି ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଠଗଡ ପଦ୍ମସାହି ବା ତଳସାହିର ମୂଳ ବାସିନ୍ଦା ତଥା ବିଶିଷ୍ଟ ଠିକାଦାର କ୍ଷିତିଶ ପ୍ରସାଦ ରାଉତ ରାଧାଗୋବିନ୍ଦପୁର ହନୁମାନ ମନ୍ଦିର ନିକଟରେ ଘର କରି ରୁହନ୍ତି । ତାଙ୍କ ବଡପୁଅ ତଥା ଢେଙ୍କାନାଳର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷର ଛାତ୍ର ସୂର୍ଯ୍ୟାଂଶୁ(୨୧) ଘରେ କେହି ନ ଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିଲେ । ତାଙ୍କ ବାପା, ମାଆ ଓ ଅନ୍ୟ ଦୁଇଭାଇ ଗୁରୁବାର ସକାଳେ ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର ଯାଇଥିବାବେଳେ ରାତିରେ ସୂର୍ଯ୍ୟାଂଶୁ ଏଭଳି ପଦକ୍ଷେପ ନେଇଥିଲେ। ସକାଳେ ଗାଡି ଚାଳକ ଆସି ଘର କବାଟ ଝରକା ବାଡେଇ ଯେତେ ଡାକିଲେ ମଧ୍ୟ କବାଟ ଖୋଲି ନ ଥିଲା । ନିକଟରେ ରହୁଥିବା ତାଙ୍କ ଦାଦା ପ୍ରକାଶ ଓ ଖୁଡି ତଥା ଆଠଗଡ ନଗରପାଳ ସସ୍ମିତା ରାଉତ ଅନ୍ୟମାନଙ୍କ ସହାୟତାରେ କବାଟ ଭାଙ୍ଗିବା ପରେ ସୂର୍ଯ୍ୟାଂଶୁଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତୁରନ୍ତ ସେମାନେ ପୁଲିସକୁ ଖବର ଦେବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲି ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଆସି ମାଜିଷ୍ଟ୍ରେଟ ତଥା ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କ ଉପସ୍ଥିତିରେ ତାଙ୍କୁ ଉଦ୍ଧାର କରିଥିଲେ । ଡାକ୍ତରଖାନାର ଡାକ୍ତର ପରୀକ୍ଷାନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ପଞ୍ଚନାମା କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଖବର ପାଇ ତାଙ୍କ ବାପା, ମାଆ ଓ ଅନ୍ୟ ଦୁଇଭାଇ ଶିରିଡିରୁ ସନ୍ଧ୍ୟାରେ ଆସି ପହଞ୍ଚିବା ପରେ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories