ବାଙ୍ଗିରିପୋଷି: ବାଙ୍ଗରିପୋଷି ବ୍ଲକ ପରିସରରେ ଭିନ୍ନକ୍ଷମ ପାଇଁ ସହାୟକ ଯନ୍ତ୍ର ନିମନ୍ତେ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଲିମ କୋ (ଆର୍ଟିଫିସିଆଲ ଲିମ୍ୱସ ମାନୁଫାକ୍ଚରିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ) ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ହୋଇଥିବା ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ସହାୟକ ଉପକରଣ ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡି, ସାଇକେଲ, ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର, ଆଶା ବାଡ଼ି ଏବଂ ଦୃଷ୍ଟିହୀନଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟକ ଉପକରଣ ଏବଂ କୃତିମ ଅଙ୍ଗ ପାଇଁ ଆଲିମ କୋ ପ୍ରଫେସର ମାନଙ୍କ ଦ୍ୱାରା ପରୀକ୍ଷଣ କରାଯାଇ ସେମାନଙ୍କୁ ଚୟନ କରାଯାଇଥିଲା। ଆସନ୍ତା ୨ରୁ ୩ ମାସ ଭିତରେ ଏହି ଉପକରଣ ବଣ୍ଟାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ଓ ବ୍ଲକ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବାଙ୍ଗରିପୋଷି ବ୍ଲକ ପ୍ରଶାସନ ଏବଂ ଆଲିମ କୋ ଦ୍ୱାରା ପରିଚାଳିତ ଆଜିର ଶିବିରରେ ମୋଟ ୫୦୭ ଜଣ ପଞ୍ଜିକରଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଳାର ୨୬ଟି ବ୍ଲକ ମଧ୍ୟରୁ ୧୩ଟିରେ ଏହି ଶିବିର ଅନୁଷ୍ଠିତ ହୋଇସାରିଛି। ବ୍ଲକ ପ୍ରଶାସନ ସହ ସ୍ଥାନୀୟ ଲକ୍ଷ୍ମୀକାନ୍ତ କଲେଜର ଏନସିସି ଛାତ୍ରଛାତ୍ରୀମାନେ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ ପାଇଁ ଦିନତମାମ ଉପସ୍ଥିତ ରହିଥିବା ଜଣାପଡିଛି।
Popular Categories



