www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..

ବର୍ତ୍ତମାନ ସମୟରେ ଅଧିକାଂଶ ନିଜ ଦିନର ଆରମ୍ଭ ପାଣି ପିଇବାରୁ କରୁଛନ୍ତି । କିଛି ଲୋକେ ସକାଳୁ ଉଠିବା ପରେ ପାଣି ପିଇବାକୁ ପସନ୍ଦ କରନ୍ତି ତ କିଛି ଉଷୁମ ପାଣି ପିଅନ୍ତି । ତେବେ ଉଷୁମ ପାଣି ନା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଉପକାରୀ ଜାଣନ୍ତୁ..

ପାଣି ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ୨ ରୁ ୩ ଲିଟର ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇ ଥାଆନ୍ତି।

ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..

- Advertisement -

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଉଷୁମ ପାଣି ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଅନ୍ତନଳୀରେ ଥିବା ଅଦରକାରୀ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ଶରୀରରେ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ । ଫଳରେ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ଉଷୁମ ପାଣି ବୃକକ ଓ ଯକୃତକୁ ସଫା ରଖିବାରେ ସହାୟକ ହୋଇଥାଏ । ଫଳରେ ଶରୀରରେ ଥିବା ହାନୀକାରକ ପଦାର୍ଥ ଶରୀରରୁ ବାହାରକୁ ନିର୍ଗତ ହୋଇଥାଏ । ଥଣ୍ଡା ଜ୍ୱରରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ।

ଜାଣନ୍ତୁ ସେପ୍ଟେମ୍ବର ମାସର ସୌଭାଗ୍ୟଶାଳୀ ରାଶି, ଗ୍ରହଙ୍କ ଚଳନ ଚମକାଇବ ଭାଗ୍ୟ,ହଠାତ୍‌ ମିଳିବ ଧନ,ସୁଖମୟ ଜୀବନ..

ମାତ୍ର ସକାଳ ସମୟରେ ଖାଲି ପେଟରେ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ନୁହେଁ । ଏହା ପାଚନ ତନ୍ତ୍ରକୁ ସଙ୍କୁଚିତ କରିପାରେ । ଫଳରେ ପାଚନ ତନ୍ତ୍ର ଧିମା କାର୍ଯ୍ୟ କରେ । ଏହାଦ୍ୱାରା ବଦହଜମି, ଗ୍ୟାଷ୍ଟ୍ରିକ୍‌ ଓ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ରକ୍ତ ନଳୀ ମଧ୍ୟ ସଙ୍କୁଚିତ ହୋଇପାରେ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଧିମା ହୋଇପାରେ । ଥଣ୍ଡା ପାଣି ଶରୀରର ତାପମାତ୍ରାକୁ କମ୍‌ କରିଥାଏ । ଫଳରେ ଶରୀରକୁ ସାଧାରଣ ତାପମାତ୍ରାରେ ରଖିବା ପାଇଁ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ । ଏହାଦ୍ୱାରା ଥକ୍କାପଣ ଅନୁଭବ ହୋଇଥାଏ।

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ବାତ, ପିତ ଓ କଫ ସନ୍ତୁଳିତ ଅବସ୍ଥାରେ ରହିଥାଏ। ଏହି ସନ୍ତୁଳନ ଶରୀରକୁ ୫୬ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ପାଚନ ଜନିତ ସମସ୍ୟା, ମୋଟାପଣ, ହୃଦୟ ରୋଗ, ମଧୁମେହ, ଥଣ୍ଡା-ଜ୍ୱର ଓ ତ୍ୱଚା ଜନିତ ସମସ୍ୟା ଶରୀର ଠାରୁ ଦୂରେଇ ରହିଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories