www.samajalive.in
Saturday, December 6, 2025
16.1 C
Bhubaneswar

ହ୍ବାଟ୍ସଆପ୍‌କୁ ଟକ୍କର ଦେବେ ଏଲନ ମସ୍କ: ଆସୁଛି ଏକ୍ସର ନୂଆ ଫିଚର, ମିଳିବ ମାଗଣା କଲିଂ ସୁବିଧା

ସମାଜ ଡିଜିଟାଲ ଡେସ୍କ: ଏଲନ ମସ୍କ ତାଙ୍କର ନୂତନ ଚିନ୍ତାଧାରା ପାଇଁ ଜଣାଶୁଣା। ସେ ଟ୍ବିଟର ନାମ ବଦଳାଇ ଏକ୍ସ କରିଦେଲେ। ତାଙ୍କୁ ନେଇ ସମଗ୍ର ବିଶ୍ଵରେ ଚର୍ଚ୍ଚା ହୋଇଥାଏ। ଆଜି ଆମେ ଆପଣଙ୍କୁ ଏକ ନୂଆ କଥା କହିବାକୁ ଯାଉଛୁ। ଏକ୍ସରେ ନୂଆ ଫିଚର ଆସିବାକୁ ଯାଉଛି। ଏହି ଫିଚର ବେଶ୍‌ ଉପଯୋଗୀ ସାବ୍ୟସ୍ତ ସାବ୍ୟସ୍ତ ହେବାକୁ ଯାଉଛି। ଏହା ଏକାଧିକ ଅନ୍ୟ ପ୍ଲାଟଫର୍ମକୁ ସିଧାସଳଖ ଟକ୍କର ଦେବ। କାରଣ ଖୁବଶୀଘ୍ର ଏକ୍ସରେ ଭିଡିଓ କଲିଂ ଫିଚର ଆସିବାକୁ ଯାଉଛି।

ଏକ୍ସ ବିଷୟରେ ଆଲୋଚନା କରିବାବେଳେ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ଖୁବଶୀଘ୍ର ନୂଆ ଫିଚର ଉପଲବ୍ଧ ହେବ। ଏଥିରେ ବ୍ୟବହାରକାରୀ ଭିଡିଓ କଲିଂ କରିପାରିବେ। ଏବେ ଏହି ଫିଚର ଆଣିବା ନେଇ ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ୟୁଜରଙ୍କୁ ଏହାର ଟ୍ରାଏଲ ଫିଚର ମିଳିପାରେ। ଏପର୍ଯ୍ୟନ୍ତ ଭିଡିଓ କଲିଂ ଫିଚର ଉପରେ ଗୁଗଲ, ହ୍ବାଟ୍ସଆପ୍ ଏବଂ ଜୁମ୍‌ର ଆଧିପତ୍ୟ ରହିଆସିଛି ଏବଂ ଏମାନଙ୍କୁ ଟକ୍କର ଦେବାକୁ ନିଷ୍ପତ୍ତି ନିଆଯାଇଛି।

- Advertisement -

ଭିଡିଓ କଲିଂ ସହ କଲିଂ ଫିଚର ଆଣିବାକୁ ମଧ୍ୟ କମ୍ପାନୀ ଚିନ୍ତା କରୁଛି। ଭିଡିଓ ବ୍ୟତୀତ ଆପଣ ସାଧାରଣ କଲିଂ ମଧ୍ୟ କରିପାରିବେ। ତେବେ ଏହି ଫିଚରକୁ ନେଇ ଏପର୍ଯ୍ୟନ୍ତ କେବଳ ଚର୍ଚ୍ଚା ଚାଲିଛି। ଏହି ଫିଚର କେବେ ଆସିବ ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏଲନ ମସ୍କଙ୍କ ପକ୍ଷରୁ କିଛି ଦିନ ପୂର୍ବରୁ ଏକ୍ସରେ ଏନେଇ ସୂଚନା ଦିଆଯାଇଥିଲା ଏବଂ ଏବେ ଏ ବିଷୟରେ ଜଣେ ଅଧିକାରୀ ମଧ୍ୟ ସୂଚନା ଦେଇଛନ୍ତି।

ଟ୍ୱିଟରର ମାଲିକାନା ଏଲନ୍ ମସ୍କ ନେବାପରେ ଲଗାତର ଏହା ଉପରେ କାର୍ଯ୍ୟ ଚାଲିଛି। ସେ ଏହାର ୟୁଆରଏଲକୁ ମଧ୍ୟ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଆପଣଙ୍କୁ କନଫରେନ୍ସ କଲିଂର ଅପ୍ସନ ମଧ୍ୟ ଦିଆଯିବ। ଆପଣ ସହଜରେ କଲିଂ କରିପାରିବେ। ଏଥିସହ ଆପଣ ଏହି କଲ୍‌ରେ ଅନ୍ୟ ଲୋକଙ୍କୁ ମଧ୍ୟ ଯୋଡ଼ିପାରିବେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories