www.samajalive.in
Saturday, December 6, 2025
19.1 C
Bhubaneswar

ବିମାନରେ ଯାତ୍ରୀଙ୍କ ମୃତ୍ୟୁ; ଅବତରଣ ପରେ ମଧ୍ୟ ମୃତଦେହ ସହ ୨ ଘଣ୍ଟା ରହିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନଟି ଅବତରଣ କରିବା ପରେ ମଧ୍ୟ ଯାତ୍ରୀମାନଙ୍କୁ ଏକ ମୃତଦେହ ସହ ପ୍ରାୟ ଦୁଇ ଘଣ୍ଟା ରହିବାକୁ ପଡିଛି । ଏହି ଘଟଣା ଏୟାର ନ୍ୟୁଜଲ୍ୟାଣ୍ଡ ବିମାନରେ ଘଟିଛି । ଗ୍ରାଉଣ୍ଡ କ୍ରୁ ସଦସ୍ୟ ସେଠାରେ ଉପସ୍ଥିତ ନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଏୟାରଲାଇନର ଅବ୍ୟବସ୍ଥା କାରଣରୁ ଯାତ୍ରୀମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଛି । ହଙ୍ଗକଙ୍ଗରୁ ଅଙ୍କଲ୍ୟାଣ୍ଡ ଯାଉଥିବା ବିମାନର ଦିଗ ପରିବର୍ତ୍ତନ କରାଯାଇ ଅଷ୍ଟ୍ରେଲିଆର କେରନ୍ସରେ ଅବତରଣ କରାଯାଇଥିଲା।

ଜଣେ ଯାତ୍ରୀଙ୍କ ବୟାନ ଅନୁଯାୟୀ, ୬୦ ବର୍ଷୀୟ ଜଣେ ମଧୁମେହ ପୁରୁଷ ରୋଗୀ ସାଙ୍ଗରେ ଇନ୍ସୁଲିନ୍ ଆଣିବାକୁ ଭୁଲି ଯାଇଥିଲେ । ବିମାନ ଅବତରଣ ସମୟରେ ଅନ୍ୟ ଯାତ୍ରୀମାନେ ଅକ୍ସିଜେନ୍ ମାକ୍ସ ପିନ୍ଧିଥିବା ବେଳେ ଉକ୍ତ ଯାତ୍ରୀ ଜଣଙ୍କର ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲେ । ଫଳରେ ବିମାନ ମଧ୍ୟରେ ​‌ତାଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ଅବତରଣ କରି ସାରିଥିଲେ ମଧ୍ୟ କ୍ରୁ ସଦସ୍ୟଙ୍କ ଅବହେଳାରୁ ଯାତ୍ରୀମାନଙ୍କୁ ପ୍ରାୟ ୨ ଘଣ୍ଟା ବିମାନ ମଧ୍ୟରେ ମୃତଦେହ ସହ ରହିବାକୁ ପଡିଥିଲା ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories