www.samajalive.in
Saturday, December 6, 2025
26.1 C
Bhubaneswar

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ!

ନୂଆଦିଲ୍ଳୀ: ଏଣିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ହିନ୍ଦୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ିବେ। କେ କସ୍ତୁରିରଙ୍ଗନ୍‍ କମିଟି ଏହି ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ସମଗ୍ର ଦେଶରେ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ହିନ୍ଦୀକୁ ତୃତୀୟ ଭାଷା ରୂପେ ପଢ଼ିବାକୁ ବାଧ୍ୟ ହେବେ।
ଏହି ନଅ ଜଣିଆ କମିଟି ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଗତ ମାସରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି। ସଂସଦର ଶୀତ ଅଧିବେଶନ ସମାପ୍ତ ହେବା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି।
କମିଟି ଦେଇଥିବା ଅନ୍ୟାନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସମଗ୍ର ଦେଶରେ ଗଣିତ ଓ ବିଜ୍ଞାନ ପାଇଁ ଗୋଟିଏ ପାଠ୍ୟକ୍ରମ ପ୍ରଚଳନ କରାଯିବ। ଆଦିବାସୀ ଭାଷାକୁ ଦେବନାଗରୀ ଲିପିରେ ପ୍ରକାଶ କରାଯିବ। ଦକ୍ଷତା ଭିତ୍ତିରେ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ସ୍ଥାନୀୟ ଭାଷାରେ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ ସ୍ଥାୟୀ ଶିକ୍ଷା କମିଟି ଗଠନ କରାଯିବ। ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ସମାଧାନ, ଯୋଜନା ଓ ନିୟନ୍ତ୍ରଣ ପାଇଁ ଶିକ୍ଷାବିତଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଓ ପେସାଦାର ମନୋବୃତ୍ତି ଜାଗ୍ରତ କରାଇବା ପାଇଁ ପାଠ୍ୟକ୍ରମ ପ୍ରଚଳନ କରାଯିବ। ସୂଚନାଯୋଗ୍ୟ, ଶେଷଥର ପାଇଁ ଜାତୀୟ ଶିକ୍ଷା ନୀତି ୧୯୮୬ରେ ଘୋଷଣା କରାଯାଇଥିଲା। ୧୯୯୨ରେ ଏଥିରେ ସଂଶୋଧନ ଅଣାଯାଇଥିଲା। ଏହାର ଆଧାରରେ ୨୦୦୫ରେ ଜାତୀୟ ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories