ନବରଙ୍ଗପୁର : ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗୁମିଧରା ଗାଁ’ର କାଜୁ ଜଙ୍ଗଲରୁ ଗୁରୁବାର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଉକ୍ତ ଗାଁ’ର ବନବାସୀ ଦଣ୍ଡସେନା (୨୨) ଓ ଶ୍ୱାତୀ ପାଇକ (୨୦)।
ସୂଚନା ଅନୁସାରେ, ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ହେଲେ ପୁଅ ଘର ଲୋକେ ସେମାନଙ୍କ ପ୍ରେମକୁ ସ୍ୱୀକାର କରୁ ନଥିଲେ ବୋଲି ଶୁଣିବାକୁ ମିଳିଛି। ତେଣୁ ସେମାନେ ଆତ୍ମହତ୍ୟା କରିଥାଇ ପାରିଥାଆନ୍ତି ବୋଲି ଅନୁମାନ କରାଯାଉଛି। ପାପଡ଼ାହାଣ୍ଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



