www.samajalive.in
Saturday, December 6, 2025
16.1 C
Bhubaneswar

ସୌଭାଗ୍ୟ ପ୍ରାପ୍ତି ପାଇଁ ମକର ସଂକ୍ରାନ୍ତିରେ କରନ୍ତୁ ଏହି କାର୍ଯ୍ୟ

ଭଗବାନ ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ପ୍ରବେଶ କରିଥିବା ରାଶିର ନାମ ଅନୁସାରେ ସଂକ୍ରାନ୍ତିର ନାମକରଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ସେହି ଦିନ ତିନୋଟି କାର୍ଯ୍ୟ କରିବା ଦ୍ବାରା ଜୀବନର ମାର୍ଗ ବଦଳି ଯାଇଥାଏ। ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଓ ଖେଚୁଡି ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଆପଣ ଏହାକୁ ଦାନ କରିବା ସହ ନିଜେ ମଧ୍ୟ ଖାଇ ପାରିବେ। ଏପରି କରିବା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଚାଉଳ ଓ ବିରି ଡାଲି ଦାନ କରିବା ମଧ୍ୟ ଆବଶ୍ୟକ ଅଟେ।

- Advertisement -

ଦାନ କରିବା ସହ ଗଙ୍ଗା ସ୍ନାନ କରି ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ବିଶେଷ ମହତ୍ତ୍ବ ରଖିଥାଏ। ସୂର୍ଯ୍ୟଙ୍କୁ ପୁଜା କରିବା ସମୟରେ ତମ୍ବାର ପାତ୍ରରେ ଜଳ ଅର୍ପଣ କରିବା ଉଚିତ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଲାଭଦାୟକ ହୋଇଥାଏ। ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ପ୍ରଜ୍ବଳିତ କରନ୍ତୁ। ଏପରି କରିବା ଦ୍ବାରା ଦୁଇଗୁଣା ଫଳ ମିଳିବ।

ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଦାନ କରିବା ଉଚିତ। କିନ୍ତୁ ଏହିଦିନ ଘରେ ରାଶି ଲଡୁ ପ୍ରସ୍ତୁତ କରି ଗରିବ ମାନଙ୍କୁ ବାଣ୍ଟିବା ଅତ୍ୟନ୍ତ ଶୁଭକର ହୋଇଥାଏ। ଏହି ଦିନ ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories