www.samajalive.in
Sunday, December 7, 2025
13.1 C
Bhubaneswar

ଜନଧନ ଯୋଜନାକୁ ପୁରିଲା ୧୦ ବର୍ଷ, ସାମିଲ ହେଲେଣି ୫୩ କୋଟି ହିତାଧିକାରୀ

ଡେସ୍କ: କେନ୍ଦ୍ର ସରକାରଙ୍କ ପ୍ରମୁଖ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’କୁ ଆଜି ୧୦ ବର୍ଷ ପୂରିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଶ୍ରୀ ମୋଦୀ କହିଛନ୍ତି ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକଙ୍କୁ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟମାନଙ୍କୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି ।

- Advertisement -

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ଯୋଜନା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ଯେ ଜନଧନ-ମୋବାଇଲ-ଆଧାର ତ୍ରିମୂର୍ତ୍ତି କଲ୍ୟାଣକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କୁ ଦ୍ରୁତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ଭାବରେ ହସ୍ତାନ୍ତର କରିବାରେ ସକ୍ଷମ କରିଛି ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିଛି। ଏହି ଯୋଜନାରେ ୬୭% ଆକାଉଣ୍ଟ ଗ୍ରାମୀଣ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଥିବା ବେଳେ ୫୫% ଖାତା ମହିଳାମାନେ ଖୋଲିଛନ୍ତି।

ସରକାରୀ ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୫୩ କୋଟି ୧୩ ଲକ୍ଷ ଜନ ଧନ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ୨୩୧, ୨୩୫.୯୭ କୋଟି ଟଙ୍କା ଜମା ରହିଛି। ପ୍ରାୟ ୧୧ ଲକ୍ଷ ୫୯ ହଜାର ବ୍ୟାଙ୍କ ମିତ୍ର ଏହି ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା ଓ ପରିଚାଳନା କରିବା ଦିଗରେ ସହାୟତା କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories