www.samajalive.in
Saturday, December 6, 2025
19.1 C
Bhubaneswar

ମାନବିକତା ଦେଖାଇଲେ ପୁଲିସ ଏସଆଇ; ଜମିରୁ ଅପରିଚିତ ବୃଦ୍ଧ ଉଦ୍ଧାର

କଲମପୁର: ଜଣେ ଅପରିଚିତ ବୃଦ୍ଧ ଦୁଇ ଦିନ ଧରି ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଗୌନ୍ତିଆପଡା ନିକଟସ୍ଥ ଏକ ଜମିରେ ପଡି ରହିଥିଲେ। ଅନେକ ଲୋକ ସେହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ କେହି ବୃଦ୍ଧଙ୍କ ପ୍ରତି ଦୃଷ୍ଟି ଦେଇ ନଥିଲେ। ଅଥବା ଗ୍ରାମର କୌଣସି ବ୍ୟକ୍ତି ବୃଦ୍ଧଙ୍କ ପ୍ରତି ଗୁରୁତ୍ୱ ଦେଇନଥିଲେ। କେହି ଜଣେ ସହୃଦୟ ବ୍ୟକ୍ତି ସୋମବାର ସଧ୍ୟାରେ ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତିଙ୍କୁ ଜଣେ ଅପରିଚିତ ବୃଦ୍ଧ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଜମିର କାଦୁଅ ଭିତରେ ପଡିଥିବା ସୂଚନା ଦେଇଥିଲେ। ତୁରନ୍ତ ଶ୍ରୀ ମହାନ୍ତି ଜଣେ କନେଷ୍ଟବଳକୁ ନେଇ ଘଟଣାସ୍ଥଳରେ ପହଂଚି ଥିଲେ। ଅପରିଚିତ ଥିବାରୁ ବୃଦ୍ଧଙ୍କ ସନ୍ଧାନ ପାଇଁ ଅନେକ ପ୍ରୟାସ କରି କଲମପୁର ବ୍ଲକ ପ୍ରତିନିଧିଙ୍କୁ ଅପରିଚିତ ବୃଦ୍ଧଙ୍କ ଫଟୋ ପଠାଇ ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ। ପ୍ରତିନିଧି ଘଟଣାସ୍ଥଳରେ ପହଂଚିବା ପରେ ବୃଦ୍ଧଙ୍କୁ ଜମିର କାଦୁଅ ଭିତରୁ ବାହାରକୁ ଆଣିବା ପରେ ପାଣି ଢାଳି ସଫା କରାଯାଇଥିଲା। ବୃଦ୍ଧଙ୍କ ଚିକିତ୍ସା ଆବଶ୍ୟକ ହେତୁ ଆମ୍ବୁଲେନ୍ସ ସହ ଯୋଗାଯୋଗ କରା ଯାଇଥିଲା। ଆମ୍ବୁଲେନ୍ସ ଆସିବା ପରେ ବୃଦ୍ଧଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଏନେଇ କଲମପୁର ବିଡିଓ ବିଜୟ କୁମାର ମାଡାଙ୍ଗିଙ୍କ ସମେତ ତଥାକଥିତ ସମାଜସେବୀମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ଘଟଣାର ଦୀର୍ଘ ୨୪ ଘଣ୍ଟା ବିତି ସାରିଥିଲେ ମଧ୍ୟ କେହି ବୃଦ୍ଧଙ୍କ ସହାୟତା ନେଇ ଆଗେଇ ଆସି ନାହାଁନ୍ତି । ଅନ୍ୟପଟେ ବୃଦ୍ଧ ଜଣକ ଅପରିତିତ ହେତୁ ସହାୟତା ପାଇଁ କେହି ନଥିବାରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ସଂପୃକ୍ତ କରିଥିବା ବ୍ୟକ୍ତି ମାନଙ୍କୁ ସୂଚନା ଦିଆଯାଉଛି ।
ସୂଚନାଯୋଗ୍ୟ ଯେ, ବୃଦ୍ଧ ଜଣକ ଗତ କିଛି ଦିନ ତଳେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ବାଣ୍ଡିଗାଁ ନିକଟରେ ଏକ ଦୁର୍ଘଟଣାର ଶିକାର ହେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କର କେହି ସହକାରୀ ନଥିବାରୁ ଅଧା ଚିକିତ୍ସାରେ ଛାଡି ଦିଆଯାଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories