www.samajalive.in
Saturday, December 6, 2025
26.1 C
Bhubaneswar

ହାଇକୋର୍ଟଙ୍କ ନୋଟିସର ଜବାବ ଦେଲେ କରିନା

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ କରିନା କପୁର ନିଜର ପୁସ୍ତକ ‘ପ୍ରେଗ୍ନେସି ବାଇବେଲ’ ବିବାଦ ମାମଲାରେ ହାଇକୋର୍ଟଙ୍କ ନୋଟିସର ଜବାବ ଦେଇଛନ୍ତି। ପୁସ୍ତକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଆବେଦନ ଉପରେ ସେ ଆପତ୍ତି ଉଠାଇଛନ୍ତି। ନୋଟିସର ଜବାବ ଦେଇ କରିନା କହିଛନ୍ତି ଯେ କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। କରିନାଙ୍କ ଜବାବ ପରେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନା ଅନୁସାରେ କରିନାଙ୍କ ‘ପ୍ରେଗ୍ନେସି ବାଇବେଲ’ ପୁସ୍ତକ ଉନ୍ମୋଚନ ହେବା ପରେ କ୍ରିଷ୍ଟୋଫର ଆନ୍ଥୋନି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ପୁସ୍ତକରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ। ପୁସ୍ତକଟିରେ କରିନା କପୁର ଗର୍ଭଧାରଣ ଅନୁଭୂତି ଉପରେ ଲେଖିଛନ୍ତି। ହେଲେ ପୁସ୍ତକରେ ବାଇବେଲ ଲେଖାଯାଇଥିବାରୁ ଏହା ଧାର୍ମିକ ଭାବନାକୁ ଆଘାତ ଦେଇଥିବା କୁହାଯାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories