ଶ୍ୱାସରୁଦ୍ଧରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ
ସମାଜ ଡିଜିଟାଲ ଡେସ୍କ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲା କିଶୋରନଗର ଥାନା ଧଉରାପାଲି ଗାଁରେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Comments are closed.