କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ସୁନ୍ଦରଗଡ : ଘରୋଇ କଳିରୁ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ସୁନ୍ଦରଗଡର ଲେଫ୍ରିପଡା ଥାନା ଅନ୍ତର୍ଗତ ବେଲସରା ଗ୍ରାମର ଭାଗଚାଷୀ ବଂଶୀଧର ବୁଡେକ। ଭାଗଚାଷ ଦ୍ବାରା ଅମଳ ହୋଇଥିବା ଧାନକୁ ଜମି ମାଲିକଙ୍କୁ ଦେବାକୁ ନେଇ ତାଙ୍କର ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା। ଝଗଡା ପରେ ବଂଶୀଧର କୀଟନାଶକ ପିଇ ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

kalyan agarbati
Leave A Reply