www.samajalive.in
Saturday, December 13, 2025
18.1 C
Bhubaneswar

ହୃଦଘାତରେ ଛୋଟ ପିଲାଙ୍କ ମୃତ୍ୟୁ କାହିଁକି ହେଉଛି, ଜାଣନ୍ତୁ କାରଣ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଉତ୍ତରପ୍ରଦେଶର ଅମରୋହା ସ୍ଥିତ ୟୁକେଜିରେ ପାଠ ପଢୁଥିବା ଜଣେ ୭ବର୍ଷର ନାବାଳକ ସ୍କୁଲରେ ହୃଦଘାତର ଶିକାର ହୋଇଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ ନିଆଯିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଅଧିକାଂଶ ଘଟଣା ସ୍କୁଲରେ ଘଟିଥିବା ସାମ୍ନାକୁ ଆସିଛି ଯେଉଁଥିରେ ହୃଦଘାତରେ ଛୋଟ ଛୋଟ ପିଲାଙ୍କ ମୃତ୍ୟୁ ହେଉଛି। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏଭଳି ହୃଦୟ ବିଦାରକ ଘଟଣା ପଛର କାରଣ କଣ ହୋଇପାରେ। ଏତେ କମ ବୟସରେ ହସଖେଳ କରୁଥିବା ପିଲାମାନେ କାହିଁକି ଏଭଳି ମାରାତ୍ମକ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଅନେକ ହୃଦରୋଗ ବିଶେଷଜ୍ଞମାନେ ମଧ୍ୟ ଏଥିରେ ଚିନ୍ତା ପ୍ରକଟ କରି ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି।

ବିଶେଷଜ୍ଞଙ୍କ ମତରେ ହୃଦଘାତ ଯୋଗୁଁ ପିଲାଙ୍କ ମୃତ୍ୟୁ ହେଉଥିବା କୁହାଯାଉଥିବା ବେଳେ ଏହା ସାଧାରଣ ଲୋକଙ୍କୁ ହେଉଥିବା ହୃଦଘାତ ଭଳି ନୁହେଁ। ବରଂ ହଠାତ ହୃଦଘାତ ଜନିତ ମୃତ୍ୟୁ। ଛୋଟ ପିଲାମାନଙ୍କୁ ହଠାତ ହୃଦଘାତ ହୋଇଥାଏ ଏବଂ ସେମାନେ ୧ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରନ୍ତି। ଏହା ସାଧାରଣ ହୃଦଘାତଠାରୁ ଭିନ୍ନ ଅଟେ। ପିଲାଙ୍କ କ୍ଷେତ୍ରରେ ହୃଦଘାତ ପ୍ରଥମ କରି ଦେଖାଯାଉନାହିଁ। ଏହା ସବୁବେଳେ ଘଟୁଛି। ୭ବର୍ଷର ପିଲାଙ୍କ କ୍ଷେତ୍ରରେ ହେଉ କି ୧ବର୍ଷରୁ କମ ବୟସର ପିଲାଙ୍କ କ୍ଷେତ୍ରରେ ହେଉ। ଏହି ହଠାତ ମୃତ୍ୟୁ ପିଲାମାନଙ୍କ ହୃଦୟରେ ଅଣ୍ଡରଲାଇନ୍‌‌ ରୋଗ କାରଣରୁ ହୋଇଥାଏ। ଯାହା ସାଧାରଣତଃ କେହି ଚିହ୍ନଟ କରନ୍ତି ନାହିଁ। ପିତାମାତାମାନେ ମଧ୍ୟ ଜାଣିନଥାନ୍ତି ଯେ ପିଲାଙ୍କ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଅଛି। ଏହା ପଛର କାରଣ କଣ ଏବଂ ସେମାନଙ୍କ ଲକ୍ଷଣ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। କିଛି ଲୋକଙ୍କ ବଂଶଗତ କାରଣରୁ ଏଭଳି ସମସ୍ୟା ଦେଖାଦେଇଥାଏ।

- Advertisement -

ହୃତପିଣ୍ଡର ଏହି ଦୁଇଟି ରୋଗ ପିଲାମାନଙ୍କର ହୃଦଘାତ ପାଇଁ ଅଧିକ ଦାୟୀ। ପ୍ରଥମଟି ହେଲା ହାଇପରଟ୍ରୋଫିକ୍‌‌ କାର୍ଡିଓମାୟୋପାଥି, ଯେଉଁଥିରେ ହୃତପିଣ୍ଡର ମାଂସପେଶୀ ମୋଟା ହୋଇ ବଢିଯାଏ। ଯାହା ହୃଦୟକୁ ପମ୍ପ କରିବାରେ ଅସୁବିଧା ସୃଷ୍ଟି କରିଥାଏ। ଦ୍ୱିତୀୟଟି ହେଉଛି ଲିଙ୍ଗ କ୍ୟୁଟି ସିଣ୍ଡ୍ରୋମ ଯାହା ହୃତପିଣ୍ଡର ଏକ ବିରଳ ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରୁଥିବା ବୈଦ୍ୟୁତିକ ପ୍ରଣାଳୀକୁ ପ୍ରଭାବିତ କରେ। ପିଲାଙ୍କୁ ହଠାତ ହୃଦଘାତ ଦେଉଥିବା ହୃତପିଣ୍ଡର ଅଧିକ କିଛି ଲକ୍ଷଣ ଦେଖିବାକୁ ମିଳେ ନାହିଁ, କିନ୍ତୁ ହଁ ଅନେକ ସମୟରେ ଏପରି ହୋଇଥାଏ ଯେ ଶିଶୁଟି ହଠାତ ଅଚେତ ହୋଇଯାଏ। ନିଶ୍ୱାସ ନେବାରେ ଅସୁବିଧା ହେବା କିମ୍ବା ଅନ୍ୟ କୌଣସି ରୋଗର ଚିକିତ୍ସା ସମୟରେ ହୃଦଘାତ ଥିବା ଜଣାପଡିବା। ଏଭଳି ପରିସ୍ଥିତିରେ ଯଦି ଏସବୁ ଲକ୍ଷଣ ଦେଖିବାକୁ ମିଳେ ତେବେ ଶିଶୁର ହାର୍ଟ ତୁରନ୍ତ ପରୀକ୍ଷା କରାଇବା ନିହାତି ଜରୁରୀ।

ଡାକ୍ତରଙ୍କ ମତରେ ପିଲାମାନଙ୍କୁ ହୃଦଘାତ ହେବା ପଛରେ ବିଦ୍ୟାଳୟ ନୁହେଁ। ଏମିତି କୁହାଯାଇ ପାରିବ ନାହିଁ ଯଦି ଜଣେ ପିଲା ସ୍କୁଲ ଯାଉଛି ତେବେ ସେଠାରେ ତାଙ୍କୁ ଏହି ସମସ୍ୟା ହେଉଛି। ଛୋଟ ପିଲାମାନେ ପ୍ରତିଦିନ କିଛି ସମୟ ପାଇଁ ସ୍କୁଲରେ ରୁହନ୍ତି। ସେହି ସମୟରେ ଏହି ମାମଲା ଗୁଡିକ ସାମ୍ନାକୁ ଆସୁଛି। ସ୍କୁଲ ଚାପ, ପାଠପଢା କିମ୍ବା ଅନ୍ୟ କୌଣସି କାରଣରୁ ପିଲାମାନେ ସ୍କୁଲରେ ହଠାତ ହୃଦଘାତର ଶିକାର ହେଉଛନ୍ତି। ବିଶେଷ କରି ବିଦେଶରେ ପିଲାମାନେ ବାହାରକୁ ଖେଳିବାକୁ ଗଲେ ତାଙ୍କ ଉପରେ ନଜର ରଖାଯାଇଥାଏ। ସେମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ଯେପରିକି ଇକୋ, ଇସିଜି କରାଯାଏ। ୧ଲକ୍ଷ ପିଲାଙ୍କ ମଧ୍ୟରୁ ୨-୪ଜଣଙ୍କଠାରେ ହୃଦଘାତ ଜନିତ ମୃତ୍ୟୁ ଘଟିଥାଏ। ହେଲେ ବି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଝିରେ ମଝିରେ କରିବା ଜରୁରୀ। ଓଜନ ଠିକ୍‌‌ ଅଛି କି ନାହିଁ, ଯଦି କୌଣସି ରୋଗର ଲକ୍ଷଣ ଦେଖାଯାଉଛି ତେବେ ଡାକ୍ତରୀ ପରୀକ୍ଷା କରିବା ନିହାତି ଜରୁରୀ। ପିଲାଙ୍କୁ ଉତ୍ତମ ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ, ଜଙ୍କଫୁଡ୍‌‌ ଆଦୌ ଦିଅନ୍ତୁ ନାହିଁ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories