www.samajalive.in
Wednesday, December 10, 2025
26.1 C
Bhubaneswar

ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଶାନ୍ତି ନଗରଠାରୁ ସାପ୍ତାହିକ ବଜାରକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି।ଏହାର ମରାମତି ପାଇଁ ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷ କି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଦାୟିତ୍ୱ ନେଇଥିବା ବେଦାନ୍ତ କମ୍ପାନୀକୁ ପଡାବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହିଁ ବୋଲି ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଶିଳ୍ପର ଲାଞ୍ଜିଗଡ ସହର ସାପ୍ତାହିକ ବଜାର ଠାରୁ ଶାନ୍ତି ନଗର ପଡାକୁ ପାଦ ଚଲା ରାସ୍ତା ଥିଲା।ଏନେଇ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏନେଇ ଅଞ୍ଚଳର ବିକାଶ ପାଇଁ ଲୋକଙ୍କ ସୁଖଦୁଃଖର ସାଥି ବୋଲି କହୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଡାବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଏହାପରେ ପଞ୍ଚାୟତ, ବ୍ଳକ ଓ ପରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଲାଞ୍ଜିଗଡ ପଞ୍ଚାୟତ ପକ୍ଷରୁ ୨୦୨୦-୨୧ ମସିହାରେ ସାପ୍ତାହିକ ବଜାର ଠାରୁ ଶାନ୍ତି ନଗର ପଡା ପର୍ଯ୍ୟନ୍ତ ୩୦୦ ଶହ ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହେଲା। ନୂତନ ଭାବେ ରାସ୍ତା ନିର୍ମାଣ ହେଲା। କିନ୍ତୁ ୫ ଲକ୍ଷ ମଧ୍ୟରୁ ରାସ୍ତାର ମାଟି କାମ ପାଇଁ ଆସିଥିବା ୩ ଲକ୍ଷ ୭୯ ହଜାର ଓ ମୋରମ ବିଛାଇବା ପାଇଁ ଆସିଥିବା ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟରୁ ୧ ଲକ୍ଷ ୪୦ ହଜାର ଟଙ୍କାର ମାଟି କାମ ଓ ୫୦ ହଜାର ଟଙ୍କାର ମୋରମ ବିଛାଇ ବାକି ଟଙ୍କା ପଞ୍ଚାୟତ ପକ୍ଷରୁ ହଡଫ ହୋଇଥିଲା। ଏହି ନିମ୍ନ ମାନର କାମ ଯୋଗୁଁ ପଡାବାସୀ ବ୍ଳକ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଦୁହିଁଙ୍କ ମିଲି ଭଗତ ଯୋଗୁଁ କାର୍ଯ୍ୟାନୁଷ୍ଠାନ ହେବାର ତ ଦୂରର କଥା ଦେଖିବାକୁ ମଧ୍ୟ ଆସିନଥିଲେ। ଯାହା ଫଳରେ ମାତ୍ର ୬ ମାସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ମରଣଜନ୍ତା ପାଳଟି ଯାଇଥିଲା।ଏହି ରାସ୍ତା ଦେଇ ଶାନ୍ତି ନଗର ପଡାବାସୀ, ଛାତ୍ରଛାତ୍ରୀ ସମେତ ଗୋଇପଟା, ପୁଜାରିପଡା ଓ କଲୋନୀ ପଡାବାସୀ ଯାତାୟତ କରୁଥିବା ବେଳେ ଆଜିକୁ ୪ ବର୍ଷ ହେଲା ରାସ୍ତାଟି ମରଣଜନ୍ତା ସାଜିଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପଞ୍ଚାୟତ, ବ୍ଳକ ଓ କମ୍ପାନୀ କର୍ତ୍ତୃପକ୍ଷ ଶୁଣୁନଥିବା ପଡାବାସୀ ପ୍ରକାଶ କରିଛନ୍ତି। ଏହି ରାସ୍ତା କାମ ଶୀଘ୍ର କରାନଗଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ବେବୁ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories