www.samajalive.in
Saturday, December 13, 2025
14.1 C
Bhubaneswar

ମକର ସଂକ୍ରାନ୍ତିରେ ସ୍ନାନ ଓ ଦାନର ମହତ୍ତ୍ବ

ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରୁଥିବା ଦିନକୁ ସଂକ୍ରାନ୍ତି କୁହାଯାଏ। ଗୋଟିଏ ବର୍ଷରେ ସୂର୍ଯ୍ୟ ୧୨ଟି ରାଶିରେ ପ୍ରବେଶ କରୁଥାଆନ୍ତି। ସେଥିପାଇଁ ବର୍ଷକରେ ୧୨ଟି ସଂକ୍ରାନ୍ତି ପଡିଥାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତର ଅୟନରେ ପ୍ରବେଶ କରିଥାଆନ୍ତି। ସେଥିପାଇଁ ତାହାକୁ ଉତ୍ତରାୟଣ ଗତି କୁହାଯାଇଥାଏ। କର୍କଟ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣ ଦିଗକୁ ଗତି କରିଥାଆନ୍ତି। ତାହାକୁ ଦକ୍ଷିଣାୟନ କୁହାଯାଏ। ମକର ସଂକ୍ରାନ୍ତିକୁ ଅତ୍ୟନ୍ତ ପୁଣ୍ୟ ପର୍ବ ବୋଲି କୁହାଯାଇଥାଏ। ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ମାସ ୧୪ତାରିଖରେ ପଡୁଛି। ମକର ସଂକ୍ରାନ୍ତି ଦିନ ସ୍ନାନ, ଦାନ ଇତ୍ୟାଦି କରିବାର ନିୟମ ରହିଛି।

ମକର ସଂକ୍ରାନ୍ତି ଦିନ କାଠ, ରାଶି, ଅନ୍ନ, ବିରି ଡାଲି, ଚାଉଳ, ପାମ୍ପଡ, ଘିଅ, ଗୁଡ, ଲୁଣ, ଉଲର ଯେକୌଣସି ବସ୍ତ୍ର ଦାନ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀ କୂଳରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି। କାଶୀର ଦଶାଶ୍ବମେଧ ଘାଟ ଓ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ସ୍ନାନ କରିବା ଦ୍ବାରା ମଧ୍ୟ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ମକର ସଂକ୍ରାନ୍ତି ଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ଏହାଦ୍ବାରା ଶୀତ ଋତୁର ସମାପ୍ତ ହୋଇଥାଏ ବା ପ୍ରକୋପ କମିଥାଏ ବୋଲି କୁହାଯାଇଛି।

- Advertisement -

ମକର ସଂକ୍ରାନ୍ତିର ପୌରାଣିକ ମହତ୍ତ୍ବ :

ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କ ଦେଖା କରିବାକୁ ତାଙ୍କ ଘରକୁ ଯାଇଥାଆନ୍ତି। ମକର ରାଶିର ସ୍ବାମୀ ଶନି ଅଟନ୍ତି। ତେଣୁ ସେହି ଦିନଟିକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ। ମହାଭାରତ ଯୁଗରେ ପିତାମହ ଭୀଷ୍ମ ନିଜ ଦେହତ୍ୟାଗ କରିବା ପାଇଁ ମକର ସଂକ୍ରାନ୍ତି ଦିନକୁ ଚୟନ କରିଥିଲେ। ମକର ସଂକ୍ରାନ୍ତି ଦିନ ଗଙ୍ଗା ଭାଗିରଥିଙ୍କ ପଛରେ ଯାଇ କପିଳ ମୁନିଙ୍କ ଆଶ୍ରମ ହେଇ ସମୁଦ୍ରରେ ମିଶିଥିଲେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories