www.samajalive.in
Friday, December 12, 2025
19.1 C
Bhubaneswar

ମକର ସଂକ୍ରାନ୍ତି ସହ ଜଡ଼ିତ ବିଶେଷ ତଥ୍ୟ

ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ। ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି। ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ ସୂର୍ଯ୍ୟଙ୍କ ଆରାଧାନାର ବିଶେଷ ପର୍ବ ମକର ସଂକ୍ରାନ୍ତି ପାଳନ କରିବା ଦ୍ୱାରା ପାପର ନାଶ ହୋଇଥାଏ।

ମକର ସଂକ୍ରାନ୍ତି ସହ ଜଡ଼ିତ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଜାଣନ୍ତୁ।

- Advertisement -

ଏହି ଦିନରେ କାଠ, ରାଶି ଲଡ଼ୁ, ଅନ୍ନ, ବିରି ଡ଼ାଲି, ଚାଉଳ, ପାମ୍ପଡ଼, ଘିଅ, ଗୁଡ଼, ଲୁଣ, କମଳ, ବସ୍ତ୍ର ଦାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଗରିବ ଓ ଅସହାୟ ଲୋକଙ୍କୁ ଗୁଡ଼ ଓ କମଳ ଦାନ କରିବା ଉଚିତ।

ଏହି ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଦ୍ୱାରା ଜୀବନର ବାଧାବିଘ୍ନ ଦୂର ହୋଇଥାଏ।

ଏହି ପର୍ବ ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଏ।

ଏହି ଦିନରେ ଭାରତର ପବିତ୍ର ନଦୀ ମଧ୍ୟରୁ ଯେକୌଣସି ନଦୀରେ ସ୍ନାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଯାହା ଫଳରେ ଏହି ଦିନର ମହତ୍ତ୍ୱ ଅଧିକ ବଢିଯାଏ।

ଏହି ଦିନରେ ଖାଦ୍ୟରେ ସବୁଠାରୁ ଅଧିକ ଅନ୍ନ ତଥା ଖେଚୁଡ଼ି ଖାଇବା ଅତ୍ୟନ୍ତ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି।

ଏହି ଉତ୍ସବକୁ ବେଶ ଧୁମଧାମର ସହ ପାଳନ କରିବା ସହ ବହୁ ସ୍ଥାନରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ମଧ୍ୟ କରାଯାଇଥାଏ।

ଏହି ଦିନରେ ଲୋକେ ନିଜ ଘରେ ରାଶିର ଲଡ଼ୁ ମଧ୍ୟ ପ୍ରସ୍ତୁତ କରିଥାଆନ୍ତି। ଏହାକୁ ନିଜ ପଡ଼ୋଶୀ ଓ ପ୍ରିୟଜନଙ୍କୁ ମଧ୍ୟ ବାଣ୍ଟି ଥାଆନ୍ତି।

ଉପସ୍ଥାପନା- ସସ୍ମିତା ମହାନ୍ତି

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories