www.samajalive.in
Friday, December 12, 2025
14.1 C
Bhubaneswar

ଘରୋଇ ମାଟିରେ ବାଂଲାଦେଶଠୁ ହାରିଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘରୋଇ ମାଟିରେ ପାକିସ୍ତାନକୁ ୧୦ ଉଇକେଟରେ ପରାଜିତ କରିଛି ବାଂଲାଦେଶ। ପୂର୍ବରୁ ଦୁଇଦେଶ ମଧ୍ୟରେ ୧୩ଟି ଟେଷ୍ଟ ମ୍ୟାଚ ଖୋଳଯାଇଥିବାବେଳେ ପାକିସ୍ତାନ ୧୨ଟିରେ ବିଜୟଲାଭ କରିଥିଲା। ଗୋଟିଏ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଥିଲା। କିନ୍ତୁ ରବିବାର ପ୍ରଥମ ଥର ଲାଗି ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦେଶ ବାଂଲାଦେଶଠାରୁ ପରାଜିତ ହୋଇଛି।

ବାଂଲାଦେଶ ଟିମ୍‌ ଏବେ ପାକିସ୍ତାନ ଗସ୍ତରେ ରହିଛି। ଦୁଇଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ହେବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ବିଜୟ ସହିତ ବାଂଲାଦେଶ ୧-୦ରେ ଆଗୁଆ ରହିଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ହେଁ ଭ୍ରମଣକାରୀ ଦଳ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲା। ପ୍ରଥମ ଇନିଂସରେ ମାତ୍ର ୧୬ ରନରେ ପାକିସ୍ତାନ ୩ ଉଇକେଟ ହରାଇଥିଲା। ଏହା ପରେ ସଉଦ ଶକୀଲ ଏବଂ ମହମ୍ମଦ ରିଜଓ୍ବାନଙ୍କ ଶତକ ବଳରେ ଘରୋଇ ଦଳ ୪୪୮ ରନର ବିଶାଳ ସ୍କୋର ଛିଡ଼ା କରି ଇନିଂସ ଘୋଷଣା କରିଥିଲା। କିନ୍ତୁ ଏହା ଦଳ ପାଇଁ ବୁମେରାଂ ସାଜିଲା। କାରଣ ବାଂଲାଦେଶ ପ୍ରଥମ ଇନିଂସରେ ଲଢ଼ୁଆ ପ୍ରଦର୍ଶନ କରି ମୁସଫିକର ରହିମଙ୍କ ୧୯୧ ରନର ଇନିଂସ ବଳରେ ୧୧୭ ରନ୍‌ର ଲିଡ୍‌ ନେଇଥିଲା। ସେପଟେ ୨ୟ ଇନିଂସରେ ପାକିସ୍ତାନ ଦଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ବାଂଲା ବୋଲରଙ୍କୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାମ୍ନା କରିବାରେ ବିଫଳ ହେବା ସହିତ ମାତ୍ର ୧୪୬ ରନରେ ଅଲଆଉଟ୍‌ ହୋଇଯାଇଥିଲେ। ଫଳରେ ୨ୟ ଇନିଂସରେ ବାଂଲାଦେଶ ୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ବିନା କୌଣସି ଉଇକେଟ ହରାଇ ସହଜରେ ହାସଲ କରି ନେଇଥିଲା। ପାକିସ୍ତାନକୁ ୧୦ ଉଇକେଟରେ ହରାଇବାରେ ବାଂଲାଦେଶ ପ୍ରଥମ ଦେଶ ଭାବେ ଇତିହାସ ରଚିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories