www.samajalive.in
Thursday, December 11, 2025
13.1 C
Bhubaneswar

ଏସସିଓ ବୈଠକକୁ ମୋଦୀଙ୍କୁ ପାକିସ୍ତାନର ଆମନ୍ତ୍ରଣ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛି ପାକିସ୍ତାନ। ଚଳିତବର୍ଷ ପାକିସ୍ତାନ ଅଧ୍ୟକ୍ଷତାରେ ଇସଲାମାବାଦଠାରେ ଅକ୍ଟୋବର ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ତେବେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ନ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭାରତ ଏଥିରେ ଯୋଗଦେବ ନାହିଁ ବୋଲି କୁହାଯାଉଛି।

ଚୀନର ସାଂଘାଇଠାରେ ୨୦୦୧ ମସିହାରେ ରୁଷ, ଚୀନ, କିରଗିଜ ଗଣରାଜ୍ୟ, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଦ୍ଵାରା ଏସସିଓ ପ୍ରତିଷ୍ଠା ହୋଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହି ସଂଗଠନରେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରୁ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ପ୍ରତିବର୍ଷ ଏହି ବୈଠକରେ ଯୋଗଦେଇଆସୁଛନ୍ତି। ତେବେ​‌ କାଜାଖସ୍ତାନରେ ଅନୁଷ୍ଠିତ ବୈଠକରେ ମୋଦୀ ଯୋଗଦେଇପାରି ନ ଥିଲେ। ଏସସିଓ ବୈଠକ ସମୟରେ ସଂସଦ ଅଧିବେଶନ ରହିଥିବାରୁ ମୋଦୀଙ୍କ ତରଫରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କାଜାଖସ୍ତାନର ଆଷ୍ଟାନାରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories