ଜୋମାଟୋ ଆଣିଲା ନୂଆ ଫିଚର, ୨ ଦିନ ପୂର୍ବରୁ ମଗାଇ ପାରିବେ ଖାଦ୍ୟ

ନୂଆଦିଲ୍ଲୀ : ଜୋମାଟୋ ଏକ ନୂଆ ଫିଚର ନେଇଆସିଛି ଯାହାଫଳରେ ଗ୍ରାହକଙ୍କୁ ଖାଦ୍ୟ ଅର୍ଡର କରିବାରେ ଅଧିକ ସୁବିଧା ହେବ ।  ଜୋମାଟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିନ୍ଦର ଗୋୟଲ ଏହି ନୂଆ ଫିଚର ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ସେବା ଦେଶର ୭ ପ୍ରମୁଖ ସହରରେ ଉପଲବ୍ଧ ହେବ । ଏହି ନୂଆ ଫିଚର ଫଳରେ ଗ୍ରାହକ ଦୁଇ ଦିନ ପୂର୍ବରୁ ଖାଦ୍ୟ ଅର୍ଡର ଦେଇପାରିବେ ଏବଂ ଏକ ନିର୍ଦ୍ଧାରିତ ତାରିଖ ବା ସମୟରେ  ଖାଦ୍ୟ ପାଇପାରିବେ ।

prayash

ଜୋମାଟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିନ୍ଦର ଗୋୟଲ ସାମାଜିକ ଗଣମାଧ୍ୟମରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ଅର୍ଡର ଦେଇ ଗ୍ରାହକ ନିଜ ଖାଦ୍ୟ ଉତ୍ତମ କରିବା ପାଇଁ ଯୋଜନା କରିପାରିବେ । ଏହି ସୁବିଧା ଗ୍ରାହକଙ୍କୁ ନିଶ୍ଚୟ ପସନ୍ଦ ଆସିବ ଏବଂ ସେମାନେ ଏହାର ଫାଇଦା ଉଠାଇବେ ବୋଲି ଅନୁମାନ କରାଯାଉଛି ।

Comments are closed.